Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ
ତା ୨୯-୦୪-୨୦୧୯ ସୋମବାର

ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ 
ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା ୨୯ ସୋମବାର ମେଷ ୧୬ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ମିଥୁନ ରାଶିର ଘାତ ବାର
ମିଥୁନ୍ ଓ ମୀନ ରାଶିର ପୁରୁଷଙ୍କ ଘାତ ଚନ୍ଦ୍ର
ଆଜି: କଳମ ଶାଗ ଖାଇବା ନିଷେଧ

ମେଷ
ଆଜି ପ୍ରତ୍ୟେକ ସ୍ତରରେ ସମ୍ମାନଜନକ ସ୍ଥିତିରେ ରହିବେ। ସ୍ବାସ୍ଥ୍ୟ ଓ ମନ ଭଲ ରହିବ ବନ୍ଧୁଙ୍କ ଆଗମନ ହେବ ଠେଲିଦେବ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବ । କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ପ୍ରତିଯୋଗିତା କ୍ଷେତ୍ରରୁ ପ୍ରଶଂସା ମିଳିବ।

ବୃଷ
ଶାରୀରିକ ସୁସ୍ଥତା ରହିବା ସାଙ୍ଗକୁ ସାହାଯ୍ୟ, ସହଯୋଗ ପାଇ କାର‌୍ୟ୍ୟ ହାସଲ କରିବେ। ସଭାସମିତି, କଳା,ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କ୍ଷେତ୍ରରୁ ସଫଳତା ଓ ଆନନ୍ଦ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ । ଯାନବାହନ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସୁଫଳ ପାଇବେ।

ମିଥୁନ
ଆପଣଙ୍କ ପାରିବାରିକ ଜୀବନ ଆନନ୍ଦମୟ ହେବ । କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ । ସକାଳୁ ସକାଳୁ ବଳକା କାମକୁ ଶୀଘ୍ର ଶେଷ କରିବା ସକାଶେ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ସାଧାରଣ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

କର୍କଟ
ଉଚ୍ଚ ପଦସ୍ଥବ୍ୟକ୍ତିଙ୍କ ଦ୍ବାରା ସମ୍ମାନିତ ହେବେ। ଉନ୍ନତ ଚିନ୍ତା, ସୁପରିକଳ୍ପିତ ଯୋଜନା ଏବଂ ପ୍ରତିବନ୍ଧକ ବିହୀନ କାର‌୍ୟ୍ୟରୁ ଖୁସି ରହିବେ। ପ୍ରତ୍ୟେକ କ୍ଷେତ୍ରରେ ଅଟକି ରହିଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ସାଧାରଣ ସମସ୍ୟା ଆସିପାରେ।

ସିଂହ
ଆପଣ ଆଜି ଦୂରସ୍ଥାନକୁ ଯାତ୍ରା କରିବା ସହ କର୍ମକ୍ଷେତ୍ରସ୍ଥ କାର‌୍ୟ୍ୟକୁ ସମ୍ପନ୍ନ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଚିହ୍ନା ନ ପଡି ପରୋକ୍ଷଭାବରେ ସମସ୍ୟା ସୃଷ୍ଟି କରିପାରନ୍ତି। ପାରି ବାରିକ ସମ୍ପକ ଗତାନୁଗତିକ ରୀତିରେ ଗଡି ଚାଲିଲେ ମଧ୍ୟ ସାଧାରଣ ଝଟ୍‌କାରୁ ଦେଖା ଦେଇପାରେ ।
କନ୍ୟା
ଆଜି ଆପଣଙ୍କୁ ରୋଗ, ଋଣ,ଶତ୍ରୁତା କଥା ଚିନ୍ତା କରାଇବ। ସରକାରୀ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ। ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ଭଲ ନ ରହିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ବ୍ୟବସାୟ, ନୂତନ କର୍ମାରମ୍ଭ ସାଙ୍ଗକୁ ମନମୁତାବକ କାମ ହାସଲ କରିବାରେ ସମର୍ଥ ହେବେ।

ତୁଳା
ଆଜି ଆପଣଙ୍କୁ ଅର୍ଥ, ସମ୍ମାନ ମିଳିବ କାର‌୍ୟ୍ୟସିଦ୍ଧି ଓ ଯାତ୍ରାରେ ସଫଳତା ପ୍ରଦାନ କରିବ। ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁଟି ଠିକଣା ସମୟରେ ବିଭିନ୍ନ ଆଳ ଦେଖାଇ ଦୂରେଇ ରହିବ। ସଭାସମିତି, ଆନୁଷ୍ଠାନିକ କାମ, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଦେଖା ଦେଇପାରେ।

ବିଛା
ବନ୍ଧୁ, ପଡୋଶୀ କିମ୍ବା ସହକର୍ମୀଙ୍କ ଦ୍ୱାରା ଅର୍ଥପ୍ରାପ୍ତି ହେବେ । ପରିବାରର ସମସ୍ୟା ସୁଧାରି ନେବାରେ ସଫଳ ହେବେ । ପୂର୍ବରୁ ଲାଗିରହିଥିବା ସ୍ବାସ୍ଥ୍ୟ ସମସ୍ୟା ବହୁକାଶରେ ଦୂରୀଭୂତ ହୋଇଯିବ। ମୂଲ୍ୟବାନ୍‌ ଜିନିଷ କିଣାବିକା କ୍ଷେତ୍ରରେ ସତର୍କ ନ ରହିଲେ ଠକାମିରେ ପଡିପାରନ୍ତି।

ଧନୁ
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ଶାରିରୀକ ଅସୁସ୍ଥତା ଓ ମାନସିକ ଅସ୍ଥିରତା
ଦେଖା ଦେଇପାରେ । ପ୍ରତିକୂଳ ସମୟ ହେତୁ ନିଜର ବିଶୃଙ୍ଖଳିତ ବିଚାରଧାରା ବିଷମ ପରିସ୍ଥିତି ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ, ସୃଜନାତ୍ମକ କାମରେ ଉନ୍ନତମାନର ଫଳ ମିଳିବ।

ମକର
ହସଖୁସିରେ ଦିନଟି କଟିବ। ଆଶା କରୁଥିବା ଦିଗରୁ ସଫଳତା ମିଳିବ ।
ଯାତ୍ରା, ନୂତନ କର୍ମାରମ୍ଭ, ଶିକ୍ଷା, ପରୀକ୍ଷା ବହୁତ ଭଲ ରହିବ। ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ବକେୟା ଅର୍ଥକୁ ଯୁକ୍ତିତର୍କ ମାଧ୍ୟମରେ ଆଦାୟ କରିବାରେ ସକ୍ଷମ ହେବେ।

କୁମ୍ଭ
ଆଜି ସ୍ବାସ୍ଥ୍ୟ, ଅର୍ଥ, ପରିବାର ଓ ଶିକ୍ଷା ପାଇଁ ଅନୁକୂଳ ରହିବ। ଦୀର୍ଘ ଦିନରୁ ଚିନ୍ତାକରୁଥିବା ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଧାତୁ ଅଳଙ୍କାରାଦି କ୍ରୟ କରିବାର ସୁଯୋଗ ଜୁଟିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ସମାଧାନ ପୂର୍ବକ ଉନ୍ନତି ପରିଲକ୍ଷିତ ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ ଏଣୁ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ
ସମୟର ଅନୁକୂଳତା ଆପଣଙ୍କ ଦୈନନ୍ଦିନର ଯାତ୍ରା ଓ କର୍ମସମୂହକୁ ସରଳୀକୃତ କରିବ। ଆଜି ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସାର ପାତ୍ର ହେବେ। ଆନୁଷ୍ଠାନିକ କର୍ମ, ସଭାସମିତି, ଆଲୋଚନା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିପାରନ୍ତି।

Leave A Reply

Your email address will not be published.