Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ।ଆଜି ୧୧ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ, ଆସନ୍ତା କାଲି ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପଞ୍ଚାୟତ ନିର୍ବାଚନରେ ପ୍ରତିତ୍ୱନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କୁ ଭୋଟଦେଲେ ତାହା ନାକଚ ହେବ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି ।

୧୦ଟି ଚିହ୍ନ ବିଶିଷ୍ଟ ବାଲାଟ ପେପର ବ୍ୟବହାର ହେଉଥିବାରୁ ଯେଉଁ ଚିହ୍ନରେ କେହି ନଥିବେ ପ୍ରାର୍ଥୀ ସେଥିରେ ଭୋଟ ଦେଲେ ନାକଚ ହେବ ନାହିଁ ।କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁନହାନ୍ତି । ତେଣୁ ତାହା ନାକଚ ହେବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତା ସହ ଭୋଟରମାନେ କିପରି ଭୋଟଦେବେ ସେନେଇ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ସାହୁ ଅବଗତ କରାଇଛନ୍ତି ।

Comments are closed, but trackbacks and pingbacks are open.