Latest Odisha News

BREAKING NEWS

ଆଇପିଏଲ ନିଲାମ: ରାଇନାଙ୍କଠାରୁ ଆରମ୍ଭ କରି ଶାକିବ, ଫିଂଚ ପରି ଖେଳାଳିଙ୍କୁ କେହି ନେଲେନି

ବାଙ୍ଗାଲୋର: ଆଇପିଏଲ ୨୦୨୨ ମେଗା ନିଲାମ ସମାପ୍ତ ହୋଇଛି । ଏଥର ଫ୍ରାଂଚାଇଜମାନଙ୍କ ରଣନୀତି କାହାକୁ ବୁଝା ପଡି ନ ଥିଲା । ଯୁବ ଖେଳାଳିଙ୍କ ଉପରେ ଅର୍ଥ ଢ଼ଳା ଯାଇଥିଲା ବେଳେ ସିନିୟର ଓ ଷ୍ଟାର ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା । ମିଷ୍ଟର ଆଇପିଏଲ ଭାବେ ପରିଚିତ ସୁରେଶ ରାଇନାଙ୍କ କେହି ନ ନେବା ସମସ୍ତଙ୍କୁ ଚକିତ କରିଛନ୍ତି ।

ସେହିପରି ଅମିତ ମିଶ୍ର, ଇମ୍ରାନ ତାହିର ଓ ପୀୟୂଷ ଚାୱାଲାଙ୍କ ପରି ସଫଳ ସ୍ପିନରଙ୍କୁ ମଧ୍ୟ କେହି ଦଳରେ ନେଇ ନାହାନ୍ତି । ଅନ୍ୟ ପ୍ରମୁଖ ଷ୍ଟାର ଖେଳାଳିଙ୍କ ମଧ୍ୟରେ ଡେଭିଡ ମିଲନ, ଅଦିଲ ରଶିଦ, ମୁଜିବ ଉର ରହେମାନ, କ୍ରିସ ଲିନ ଓ ତାଭରେଜ ଶମ୍ସିଙ୍କୁ ମଧ୍ୟ କୌଣସି ଫ୍ରାଂଚାଇଜ ଦଳରେ ନେବାକୁ ପସନ୍ଦ କରି ନ ଥିଲେ ।

Comments are closed, but trackbacks and pingbacks are open.