Latest Odisha News

BREAKING NEWS

ରାଜଧାନୀବାସୀ ସାବଧାନ! ବଢୁଛି ପ୍ରଦୂଷଣ

ନୂଆଦିଲ୍ଲୀ: ‌ମୌସୁମୀ ପ୍ରତ୍ୟାହାର ସହିତ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ପୁଣି ବୃଦ୍ଧି ପାଇବାରେ ଲାଗିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚେତାବନୀ ଦେଇଛନ୍ତି। ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 171 କୁ ବୃଦ୍ଧି ପାଇଛି ଦିଲ୍ଲୀ ସିଏମ୍‌ କହିଛନ୍ତି।

ସେପ୍ଟେମ୍ବର ୧୮ ରୁ ରାଜଧାନୀର ଦୈନିକ ବାୟୁ ଗୁଣବତ୍ତା ଟୁଇଟ୍ କରିଆସୁଛନ୍ତି। ତାଙ୍କ ଟ୍ୱିଟରେ ଦିଲ୍ଲୀ ସିଏମ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଅକ୍ଟୋବର ମଧ୍ୟଭାଗରୁ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇପାରେ।

Comments are closed.