Latest Odisha News

BREAKING NEWS

ଏହି ଦିନ ରିଲିଜ ହେବ ପୋନ୍ନିୟିନ ସେଲଭନ-୨

ମାଡ୍ରାସ: ଭାରତର ଖ୍ୟାତନାମା ନିର୍ଦ୍ଦେଶକ ମଣିରତ୍ନମଙ୍କ ପୋନ୍ନିୟିନ ସେଲଭନର ପ୍ରଥମ ପାର୍ଟ ଦେଶରେ ଚହଳ ସୃଷ୍ଟି କରିଥିଲା । ପ୍ରଥମ ଭାଗ ଦେଖିବା ପରେ ଦର୍ଶକମାନେ ଏହାର ଦ୍ୱିତୀୟ ଭାଗକୁ ଉତ୍କଣ୍ଠା ସହକାରେ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ମେକର୍ସଙ୍କ ପକ୍ଷରୁ ଏହାର ରିଲିଜ ତାରିଖ ଘୋଷଣା କରାଯିବା ପରେ ଦର୍ଶକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ତାମିଲ ଫିଲ୍ମର ସର୍ବାଧିକ ଆୟକାରୀ ତାଲିକାରେ ସାମିଲ ହୋଇଥିବା ଏହି ଫିଲ୍ମର ପାର୍ଟ ୨ ଏପ୍ରିଲ ୨୮ରେ ମୁକ୍ତିଲାଭ କରିବ । ସାରା ବିଶ୍ୱରେ ଏକ ସମୟରେ ରିଲିଜ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଯୋଜନା କରାଯାଇଛି ।

BjdElectrycity

ଚୋଳ ସାମ୍ରାଜ୍ୟ ଉପରେ ଏହି ଫିଲ୍ମ ଆଧାରିତ । ଲାଇକା ପ୍ରଡକ୍ସନ ଏହାକୁ ପ୍ରଡ୍ୟୁସ କରିଛି । ସେ ସମୟରେ ଏସିଆରେ ପ୍ରାଧାନ୍ୟ ବିସ୍ତାର କରିଥିବା ଚୋଳ ସାମ୍ରାଜ୍ୟରେ କିପରି ଭାବେ କୂଟନୀତି, ରାଜନୀତି ଓ ଷଡଯନ୍ତ୍ର ରଚା ଯାଉଥିଲା ତାହା ଏଥିରେ ଦେଖାଯିବ ।

Leave A Reply

Your email address will not be published.