Latest Odisha News

ମନ୍ତ୍ରୀଙ୍କୁ ASIଙ୍କ ହତ୍ୟା ପରେ ବଦଳିଲେ ଏସପି ଓ ଏସଡିପିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ASI ହତ୍ୟା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଝାରସୁଗୁଡ଼ା ଏସପିଙ୍କ ସହ ବ୍ରଜରାଜନଗର ଏସଡିପିଓ । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ବରଗଡ଼ ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାସଙ୍କୁ ଝାରସୁଗୁଡ଼ା ଏସପି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡିପିଓ ଭାବେ ନିଯୁକ୍ତ କରାଯାଇଛି ।

ରବିବାର ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେହି ସମୟରେ ଏଏସ୍ଆଇ ଗୋପାଳ, ମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ତୁରନ୍ତ ନବଙ୍କୁପ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ପରେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଣାଯାଇଥିଲା । ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ରବିବାର ବହିଷ୍କୃତ ଏଏସ୍ଆଇ ଗୋପାଳ ଦାସଙ୍କୁ କୋର୍ଟ ଚାଲାଣ କରିବା ସହ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଗୋପାଳକୁ ଝାରସୁଗୁଡ଼ା ଉପ କାରାଗାରକୁ ପଠାଇ ଦେଇଥିଲେ ।

Leave A Reply

Your email address will not be published.