Latest Odisha News

BREAKING NEWS

ସଡକ-୨ ଟ୍ରେଲରକୁ ଦର୍ଶକଙ୍କ ନାପସନ୍ଦ; କିଛି ଏମିତି ଜବାବ ଦେଲେ ପୂଜା ଭଟ୍ଟ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ବଲିଉଡ ଫିଲ୍ମକୁ ଲଗାତାର ଦର୍ଶକଙ୍କ ନେଗେଟିଭ୍ ରେସପୋନ୍ସ ମିଳୁଥିବା ବେଳେ ମୁହଁ ଖୋଲିଛନ୍ତି ପୂଜା ଭଟ୍ଟ ।

ଏହାର ଟ୍ରେଲର ରିଲିଜ ପରେ ୟୁଟ୍ୟୁବରେ ୩୩୪ ହଜାର ଲୋକ ଏହାକୁ ପସନ୍ଦ କରିଥିବା ବେଳେ ୬.୪ ମିଲିୟନରୁ ଅଧିକ ନାପସନ୍ଦ କରିଛନ୍ତି । ଆକ୍ଟର ସଞ୍ଜୟ ଦତ୍ତଙ୍କ ବ୍ୟତିତ ଅନ୍ୟ ଷ୍ଟାରକାଷ୍ଟ ମାନଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଥିବା ଦେଖିବାକୁ ମିଳୁଛି ।

ଏପରି ସମୟରେ ଜଣେ ଫ୍ୟାନ୍ସଙ୍କ ଟ୍ୱିଟର ରିପ୍ଲାଏ ଦେବାକୁ ଯାଇ ପୂଜା କହିଛନ୍ତି, “ମୁଁ ଏସବୁକୁ ନେଇ ବିଲକୁଲ୍ ଚିନ୍ତା କରୁନି । ହେଟର୍ସ ଓ ଲଭର୍ସ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ପରି । ସେମାନେ ଆମକୁ ନିଜର ମୂଲ୍ୟବାନ ସମୟ ଦେଇ ଟ୍ରେଲରକୁ ଟ୍ରେଣ୍ଡ କରାଉଛନ୍ତି” ।

ଆସନ୍ତା ୨୮ ତାରିଖରେ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବାକୁ ଥିବା ବେଳେ ଫିଲ୍ମଟି ୧୯୯୧ର ‘ସଡକ’ ଫିଲ୍ମର ସିକ୍ୱେଲ । ଯେଉଁଥିରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମୁଖ୍ୟ ଭୂମିକାରେ ଥିଲେ ।

ଶୁଣା କଥାନୁସାରେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ମହେଶ ଭଟ୍ଟ ଏବଂ ତାଙ୍କ ପରିବାର ଉପରେ ଦର୍ଶକ ଅସନ୍ତୁଷ୍ଟ ଅଛନ୍ତି। ରିୟା ଚକ୍ରବର୍ତିଙ୍କ ସହ ମହେଶ ଭଟ୍ଟଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଯାହାର ପ୍ରମାଣ ସଡକ-୨ ଟ୍ରେଲର ରିଲିଜରେ ଜଣାପଡିଛି।

Leave A Reply

Your email address will not be published.