ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ଦକ୍ଷିଣ ଫିଲ୍ମ ପର୍ଯ୍ୟନ୍ତ ସବୁଠି ଧମାଲ କରୁଥିବା ଅଭିନେତ୍ରୀଙ୍କ ମଧ୍ୟରୁ ପୂଜା ହେଗେଡ଼ ଅନ୍ୟତମ । ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ’ କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ପୂଜା । ପ୍ରଥମ ଥର ପାଇଁ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିଥିବା ପୂଜା ବର୍ତ୍ତମାନ ‘କିସି କା ଭାଇ କିସି କି ଜାନ’ର ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇବ ବୋଲି ଆଶା ରଖିଛନ୍ତି ପୂଜା ।
ନିକଟରେ ଏକ ସାକ୍ଷାତକାରରେ ପୂଜା କହିଛନ୍ତି ଯେ, ତାଙ୍କର ଶେଷ ଫିଲ୍ମ ସର୍କସ ବିଷୟର ଖୋଲାଖୋଲି କହିଛନ୍ତି । ଗତ ଡ଼ିସେମ୍ବରରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସର୍କସରେ ରଣବୀର ସିଂ ଅଭିନୟ କରିଥିବା ବେଳେ ରୋହିତ୍ ଶେଟ୍ଟୀ ନିର୍ଦ୍ଦେଶନା ଦେଇଥିଲେ । ହେଲେ ବକ୍ସ ଅଫିସରେ ଏହି ଫିଲ୍ମ ନିରାଶାଜନକ ପ୍ରଦର୍ଶନ କରିଥିଲା । ବକ୍ସ ଅଫିସରେ ମାତ୍ର ୪୦ କୋଟିରୁ କମ୍ ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା, ଯାହା ସମସ୍ତଙ୍କ ଆଶାଠାରୁ କମ୍ ଥିଲା । ଫିଲ୍ମ ‘ସର୍କସ’ ଫ୍ଲପ୍ ହେବା ମୋତେ ବହୁତ କଷ୍ଟ ଦେଇଥିଲା । ଏଥିରୁ ମୁଁ ବହୁତ କିଛି ଶିଖିଛି । ବଡ଼ ବଡ଼ କଳାକାରଙ୍କ ସହିତ କାମ କରିବାର ସୁଯୋଗ ବି ପାଇଥିଲି । ଏଥିରେ ମୋର ଅଭିନୟକୁ ଲୋକେ ବି ଖୁବ୍ ପସନ୍ଦ କରିଥିଲେ । ଫିଲ୍ମ ସିନା ଫ୍ଲପ୍ ହେଲା ହେଲେ ମୁଁ ଲୋକପ୍ରିୟ ହୋଇଗଲି ବୋଲି କୁହନ୍ତି ପୂଜା । ଏହା ପୂର୍ବରୁ ପୂଜାରୁ ‘ରାଧା ଶ୍ୟାମ’ରେ ଅଭିନୟ କରିଥିଲେ । ୩୦୦ କୋଟିରୁ ଅଧିକ ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇ ନ ଥିଲା । ତଥାପି ପୂଜା ହାର ନ ମାନି ଆଗକୁ ବଢିଥିଲେ । ଫିଲ୍ମ ଫ୍ଲପ ହେଲେ ବହୁତ କିଛି ଶିଖିବାକୁ ମିଳେ ବୋଲି କହିଛନ୍ତି ପୂଜା ।
୨୦୧୨ ମସିହାରେ ପୂଜା ତାମିଲ ଫିଲ୍ମ ‘ମୁଗାମୁଡି’ ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ୨୦୧୬ ମସିହାରେ ଫିଲ୍ମ ‘ମୋହନ ଜୋଦାରେ’ ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ହ୍ରିତିକ ରୋଶନ ମୁଖ୍ୟ ଭୂମିକାରେ ଥିଲେ । ପୂଜାଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଆସନ୍ତା ୨୧ ତାରିଖରେ ରିଲିଜ୍ ହେବ ।
Comments are closed.