Latest Odisha News

BREAKING NEWS

ରଥ ପୂର୍ବରୁ ଅଘଟଣ, ସିସିଟିଭି ଲଗାଇବା ବେଳେ ବିଦ୍ୟୁତ୍ ଲାଗି ଯୁବକଙ୍କ ମୃତ୍ୟୁ

ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ଟାଉନ ଥାନାରେ ଅଘଟଣ । ରଥଯାତ୍ରା ପାଇଁ ଥାନା କଣ୍ଟ୍ରୋଲ ରୁମ୍ ଛାତ ଉପରେ ସିସିଟିଭି ଲଗାଉଥିବା ବେଳେ ବିଦ୍ୟୁତ୍ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଟକ ରାଜା ବଗିଚା ଅଞ୍ଚଳର ରାକେଶ ବେହେରା ।

ସିସିଟିଭି ଲଗାଇବା ବେଳେ ରାକେଶ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ତତକ୍ଷଣାତ୍ ଟାଉନ ଥାନା ପୋଲିସ ଓ ଅନ୍ୟ କର୍ମଚାରୀ ମାନେ ରାକେଶଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି । ଆଉ ମାତ୍ର ଚାରିଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗା ଯାଉଛି ।

Leave A Reply

Your email address will not be published.