Latest Odisha News

ବିବାହ ବନ୍ଧନରେ ଆବଦ୍ଧ ହେଲେ ପୁନମ ପାଣ୍ଡେ-ସ୍ୟାମ ବମ୍ବେ !

ମୁମ୍ବାଇ: ପୁନମ ପାଣ୍ଡେ ଓ ସ୍ୟାମ ବମ୍ବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏକ ପ୍ରତିଷ୍ଠିତ ୱେବସାଇଟରେ ଖବର ପ୍ରକାଶ ପାଇଛି । ସମସ୍ତଙ୍କୁ ଲୁଚାଇ ଉଭୟ ବିବାହ କରିଥିବାରୁ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ପଡିଛନ୍ତି । ପୂର୍ବରୁ ମଧ୍ୟ ଉଭୟ ଲୁଚା ଛପାରେ ନିର୍ବନ୍ଧ କରିଥିଲେ । ପୁନମ ଏହି ବିବାହ ସମ୍ପର୍କରେ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଉଭୟ ବେଶ୍ ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି । ଏଥି ମଧ୍ୟରୁ ଗୋଟିଏ ଫଟୋରେ ସେ କ୍ୟାପସନ ଲେଖିଛନ୍ତି ଆଜିଠାରୁ ଆମେ ୭ ଜନ୍ମ ପାଇଁ ସାଥୀ ହେଲୁ । ଆଉ ଏକ ଫଟୋରେ ସ୍ୟାମ ଲେଖିଛନ୍ତି ମିଷ୍ଟର ଆଣ୍ଡ ମିସେସ ବମ୍ବେ । ପୁନମ ସୋସିଆଲ ସାଇଟରେ ସର୍ବଦା ସକ୍ରିୟ ରହିଥାନ୍ତି । ତାଙ୍କ ଗ୍ଲାମରସ ଫଟୋ ପାଇଁ ଅନେକ ପ୍ରଶଂସକ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥାନ୍ତି ।

Leave A Reply

Your email address will not be published.