Latest Odisha News

BREAKING NEWS

ସାମ୍ବାଦିକତାରେ ଉତ୍କର୍ଷତା ପାଇଁ ଅର୍ଣ୍ଣବଙ୍କୁ ଚପଲ ଉପହାର !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନ୍ୟୁଜ୍ ଚ୍ୟାନେଲ ଓ ସୋସିଆଲ ମିଡିଆରେ କ୍ରମାଗତ ହଲଚଲ ଜାରି ରହିଛି । ତର୍କବିତର୍କ, ଖୁଲାସା ଓ ମହାଖୁଲାସା ଭଳି ଶବ୍ଦ ପ୍ରାଇମ୍ ଟାଇମ ସ୍ଲଟ୍‌ରେ ଦେଖିବାକୁ ମିଳୁଛି । ଆଜି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଜନ୍ମଦିନ । ଏହି ଅବସରରେ ସେ ଏକ ନ୍ୟୁଜ ଚ୍ୟାନେଲ ସାମ୍ନାରେ ପହଂଚି ଏକ ଅଜବ ହରକତ କରିଥିଲେ । ଆଉ ଏଥିରେ ତାଙ୍କୁ ସାଥ ଦେଇିଲେ ଷ୍ଟାଣ୍ଡ ଅପ୍ କମେଡିଆନ୍ କୁନାଲ କାମ୍ରା ।

ଦୁହେଁ ଅନ୍ୟ କେଉଁଠି ନୁହେଁ ବରଂ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସାମ୍ବାଦିକତାରେ ଉତ୍କର୍ଷତା ପୁରଷ୍କାର ବା ଏକ୍ସିଲେନ୍ସ ଇନ୍ ଜର୍ନାଲିଜିମ ଆୱାର୍ଡ ଦେବାକୁ ତାଙ୍କ ଅଫିସ୍‌ରେ ପହଂଚିଥିଲେ । ଅନୁରାଗ ଓ କୁନାଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଦୁଇଟ୍ ଚପଲକୁ ଫଟୋ ଫ୍ରେମରେ ରଖି ଫଟୋ କ୍ଲିକ୍ କରିଛନ୍ତି ।

ଅର୍ଣ୍ଣବଙ୍କ ପାଇଁ ଅନୁରାଗ ଓ କୁନାଲ ଫଟୋ ଫ୍ରେମ୍ ଆଣିଥିଲାବେଳେ ତାଙ୍କୁ ଅଫିସ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ନିକଟରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସହ ଏକ ହ୍ୱାଟ୍ସଆପ ଚାଟିଂର ସ୍କ୍ରିନ୍ ସଟ୍ ଅନୁରାଗ ସେୟାର କରିଥିଲେ । ଯାହା ସାଧାରଣରେ କିଛିଟା ମାତ୍ରାରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ରିଆଙ୍କୁ ସମର୍ଥନ କରିବାକୁ ଯାଇ ଅନୁରାଗ ଏପରି ଯେ ଏପରି ହରକତ କରିଥିଲେ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.