Latest Odisha News

BREAKING NEWS

ଏବେ ସ୍କୁଲରେ ଇଂରାଜୀ, ବିଜ୍ଞାନ ଓ ଗଣିତରେ ବଢିବ ପାଠପଢା ଅବଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟରେ କମ୍ ମାର୍କ ରଖୁଥିବାରୁ ଏଣିକି ଏହି ସବୁ ବିଷୟକୁ ଅଧିକ ସମୟ ପଢାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ସ୍କୁଲଗୁଡିକରେ ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟ ଲାଗି କ୍ଲାସ୍ ଅବଧି ୪୫ମି. ରହିଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୯୦ମି. କରିବା ଲାଗି ନିଷ୍ପତ୍ତି ହୋଇଛି ।

ସେ ଆହୁରୀ ମଧ୍ୟ କହିଛନ୍ତି, ଇଂରାଜୀ ବିଷୟରେ ପିଲାମାନଙ୍କ ଜ୍ଞାନ ବୃଦ୍ଧି କରିବା ଲାଗି ପ୍ରାଥମିକ ସ୍ତରରୁ ଗୁରୁତ୍ୱ ଦିଆଯିବ । ଏଥିଲାଗି ପାଇଲଟ୍ ବେସିସରେ ଜିଲ୍ଲାସ୍ତରରେ ଗୋଟିଏ ବିଦ୍ୟାଳୟକୁ ବଛାଯିବ ଏବଂ ସେହି ସ୍କୁଲରେ ଇଂରାଜୀକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ସ୍କୁଲ ଗୁଡିକରେ ପିଲାମାନଙ୍କର ପ୍ରଦର୍ଶନ ଭଲ ରହିଲେ, ଏହାକୁ ବ୍ଲକ ସ୍ତରରେ ମଧ୍ୟ ଲାଗୁ କରାଯିବ ।

Leave A Reply

Your email address will not be published.