Latest Odisha News

ଆଶ୍ଚର୍ଯ୍ୟ ହେଲେ ବି ସତ, ଜ୍ଵର ଭଲକରିବା ଲାଗି ମହିଳାଙ୍କୁ କାମୁଡ଼ିଲେ ଗୁଣିଆ !

ମାଲକାନଗିରି: ରାଜ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଆଜିବି ଅନ୍ଧବିଶ୍ୱାସ ମଧ୍ୟମରେ ଚିକିତ୍ସା ଜାରି ରହିଛି ।

ଏଭଳି ଏକ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତେଲରାଇ ପଞ୍ଚାୟତର ଉମରଗୁଣ୍ଡା ଗ୍ରାମରେ ।

ମିଳିଥିବା ସୂଚନା ଅନୁସାରେ ଦୁଲେ ବେଟି ନାମକ ଜଣେ ୩୮ ବର୍ଷୀୟ ମହିଳା ଗତ ତିନିଦିନ ହେବ ଜ୍ଵରରେ ପିଡୀତ ଥିଲେ । ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ମହିଳା ଜଣକ ଗୁଣିଆ ପାଖକୁ ଯାଇଥିଲେ ।

ଗୁଣିଆ ଜଣଙ୍କର ନାମ କୋସ ବେଟି ବୋଲି ଜଣାପଡ଼ିଛି । ଜ୍ୱର ଭଲ କରିବା ପାଇଁ ଗୁଣିଆ ଅନେକ ମନ୍ତ୍ରତନ୍ତ୍ର ପଢିବା ସହ ମହିଳାଙ୍କୁ ଅମାନୁଷିକ ଭାବେ ଅନେକଥର କାମୁଡିଥିବାର ଜଣାପଡିଛି ।

ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏହି ପଦ୍ଧତିରେ ଅନେକ କୁକୁର ଓ ସାପ କାମୁଡ଼ା ରୋଗୀଙ୍କୁ ଭଲ କରିଥିବା କୋସା ଦାବି କରିଛି ।

ଅଙ୍ଗନବାଡି କର୍ମଚାରୀଙ୍କ ସୂଚନା ମୁତାବକ ଗାଁ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଆଜିବି ଭରିହୋଇ ରହିଛି, ଏଥିପାଇଁ ଅନେକ ଲୋକ ଡାକ୍ତରୀ ଚିକିତ୍ସା ବିନା ପ୍ରାଣ ହରାଉଛନ୍ତି ।

Leave A Reply

Your email address will not be published.