ଆନନ୍ଦପୁର: ଛାଡିପଳାଇଥିବା ମାଆଙ୍କଠୁ ଭରଣପୋଷଣ ଟଙ୍କା ଦେବାକୁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ଷଷ୍ଠ ଶ୍ରେଣୀର ଛାତ୍ରୀ । ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଇଛନ୍ତି ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ୬ଷ୍ଠ ଣ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ଜେନା । ବାପାଙ୍କ ରୋଜଗାର କମ୍ । ତାଙ୍କ ପାଠପଢାରେ ମାସକୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ମେସ୍ ଖର୍ଚ୍ଚ ବହନ କରିବାକୁ ବାପାଙ୍କ ଠାରେ ସାମର୍ଥ୍ୟ ନାହିଁ । ତାଙ୍କୁ ଓ ବାପାଙ୍କୁ ଛାଡି ପଳାଇଛନ୍ତି ମାଆ । ସେ ଶିକ୍ଷୟିତ୍ରୀ ଥିବାରୁ ତାଙ୍କ ଦରମାରୁ କିଛି ଟଙ୍କା ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ନିବେଦନ କରିଛନ୍ତି ।
୨୦୧୦ ମସିହାରେ ଆମ୍ବୋ ଗାଁର ଭଗବାନ ଜେନା ସେହି ଗାଁର ପଙ୍କଜିନି ଦାସଙ୍କୁ ଭଲ ପାଇ ବାହା ହୋଇଥିଲେ। ବାହାଘରର କିଛି ଦିନ ପରେ ତେଲକୋଇ ଅଞ୍ଚଳର ଶିରିଗିଡା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ ପଙ୍କଜିନୀ ଚାକିରିରେ ନିୟୋଜିତ ହୋଇଥିଲେ । ସେହି ସମୟ ଭିତରେ ତାଙ୍କର ଝିଅ ଟିଏ ଜନ୍ମ ହୋଇଥିଲା। ଝିଅଟିର ଦାଇତ୍ୱ ନେବାକୁ ସ୍ତ୍ରୀ ପଙ୍କଜିନୀଙ୍କ କହିବା ଅନୁଯାୟୀ ଭଗବାନ ଭୁବନେଶ୍ୱରର ବେସରକାରୀ ଚାକିରି ଛାଡ଼ି ଘରେ ରହିଥିଲେ। କିଛି ବର୍ଷ ବ୍ୟବଧାନ ପରେ ୨୦୧୮ ମସିହାରେ ପଙ୍କଜିନି ଅନ୍ୟ ପୁରୁଷ ବନ୍ଧୁଙ୍କ ସହିତ ରହିଆସୁଛନ୍ତି। ବିଗତ ୫ ବର୍ଷ ହେବ ନା ଘରକୁ ଆସୁଛନ୍ତି ନା ବାପ ଝିଅକୁ ଧରା ଛୁଆଁ ଦେଉଛନ୍ତି । ବର୍ତ୍ତମାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ମା ଙ୍କ ଦରମା ଟଙ୍କାରୁ ଝିଅ ପଢା ଖର୍ଚ୍ଚ ବହନ ପାଇଁ ଉଭୟ ବାପା ଓ ଝିଅ ଦାବି କରିଛନ୍ତି ।
Comments are closed.