Latest Odisha News

ସାଇନ୍ସ ଫିକ୍ସନ, ସେକ୍ସ ଏଜୁକେଶନ ଉପରେ ଫିଲ୍ମ କରିବେ ଅକ୍ଷୟ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଦେବା ପରେ ଅକ୍ଷୟ କୁମାର ତାଙ୍କ ଫିଲ୍ମ ସାଇନ କରିବା ରଣନୀତିରେ ପରିବର୍ତନ କରିଛନ୍ତି । ରିପୋର୍ଟ ମୁତାବକ ସେ ଏବେ ଚିରାଚରିତ ଶୈଳୀ ଫିଲ୍ମ ବଦଳରେ ନୂତନ ବିଷୟ ବସ୍ତୁ ନେଇ ଆଗ୍ରୟ ପ୍ରକାଶ କରିଛନ୍ତି । ଏବେ ସେ ୨ଟି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି । ଗୋଟିଏ ସାଇନ୍ସ ଫିକ୍ସନ ଓ ଅନ୍ୟଟି ସେକ୍ସ ଏଜୁକେଶନ ଉପରେ ଆଧାରିତ । ଏହି ୱେବ ସିରିଜରେ ସେ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ଦି ଏଣ୍ଡ ନାମକ ୱେବ ସିରିଜ ସାଇନ୍ସ ଫିକ୍ସନ ଏବଂ ଆକ୍ସନ ଉପରେ ଆଧାରିତ । ତେବେ ଏହାର ନିର୍ଦ୍ଦେଶକ କିଏ ହେବ ସେ ନେଇ କୌଣସି ଖୁଲାସା କରି ନାହାନ୍ତି ।

BjdElectrycity

ଦର୍ଶକଙ୍କୁ ଥିଏଟରକୁ ଆଣିବାକୁ ହେଲେ କିଛି ନୂଆ ଦେଖାଇବାକୁ ପଡିବ । ଚଳିତ ବର୍ଷ ଅକ୍ଷୟଙ୍କ ୪ଟି ବଡ ବଜେଟର ଫିଲ୍ମ ବକ୍ସ ଅଫିସରେ ଧରାଶାୟୀ ହୋଇଥିଲା । ଯାହାକି ଖିଲାଡି କୁମାରଙ୍କୁ ଚିନ୍ତାର ପକାଇ ଦେଇଛି । ସୋସିଆଲ ମେସେଜ ଉପରେ ଫିଲ୍ମ କଲେ ମୋତେ ଆତ୍ମ ସନ୍ତୁଷ୍ଟି ଦେଇଥାଏ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.