ନୂଆଦିଲ୍ଲୀ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କ ଦେହାନ୍ତ। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହେବା ନେଇ ଭାଟିକାନ ସିଟି ପକ୍ଷରୁ ସୂଚନା ମିଳିଛି। ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ସକାଳ ୭ଟା ୩୫ ମିନି୍ରେ ତାଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ, ଭାଟିକାନ୍ ସୂଚନା ଦେଇ କହିଛି ଯେ ପୋପ୍ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଛନ୍ତି। ପୋପ୍ ଫ୍ରାନ୍ସିସ୍ ୨୦୧୩ ମସିହାରେ ପୋପ୍ ପଦ ଗ୍ରହଣ କରିଥିଲେ। ପୂର୍ବରୁ, ୨୦୨୧ ମସିହାରେ, ତାଙ୍କୁ ୧୦ ଦିନ ପାଇଁ ରୋମର ସମାନ ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପୋପ୍ ଫ୍ରାନ୍ସିସ୍ ଗୋଟେ ଦିନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହିତ ସାକ୍ଷାତ କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଦୁନିଆର ଖ୍ରୀଷ୍ଟଧର୍ମାବଲମ୍ବୀ ଶୋକରେ ବୁଡିଛନ୍ତି। ଗତ କିଛିଦିନ ତଳେ ବ୍ରୋଙ୍କାଇଟିସରେ ପୀଡିତ ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତେବେ ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି ।
Comments are closed.