Latest Odisha News

BREAKING NEWS

ପ୍ରତୀକ୍ଷାର ଅବସାନ : ଖୋଲିଲା କେଦାରନାଥ ମନ୍ଦିରର କବାଟ

ଡେରାଡୁନ: କରୋନା ଭାଇରସ ପ୍ରଭାବ ଆଉ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାର କେଦାରନାଥ ମନ୍ଦିରର କବାଟ ଖୋଲିଛି । ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ରୀତିନୀତି ଓ ପରମ୍ପରା ଅନୁସାରେ ସକାଳ ୬ଟା ୧୦ ମିନିଟ୍‌ରେ ଖୋଲା ହୋଇଥିଲା । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଶିବ ଶଙ୍କର ଲିଙ୍ଗ୍ ଏହି ସବୁ ନୀତି ସମ୍ପନ୍ନ କରିଥିଲେ । କବାଟ ଖୋଲିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ରୁଦ୍ରାଭିଷେକ ପୂଜା କରାଯାଇଥିଲା ।

ସମସ୍ତ ପୂଜାପାଠ ସୁରୁଖୁରରେ ହୋଇଥିବା ବେଳେ ପ୍ରଥମ ଥର ଦ୍ୱାର ଫିଟା ସମୟରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳି ନ ଥିଲା । କରୋନା ଯୋଗୁ ସାରା ଦେଶରେ ଲକ୍‌ଡାଉନ୍ ଜାରି ରହିଛି। ଏଭଳି ସ୍ଥିତିରେ ସେଠାକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯାଇନାହିଁ । ମାତ୍ର ୧୬ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ କେଦାରନାଥ ମନ୍ଦିରର କବାଟ ଫିଟା ନୀତି ସମ୍ପନ୍ନ ହୋଇଥିଲା । ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇଥିଲା।

Leave A Reply

Your email address will not be published.