ବୁଡାପେଷ୍ଟ: ଆଧୁନିକ ଫୁଟବଲର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋକପରେ ଗୋଟିଏ ମ୍ୟାଚରେ ୬ଟି ରେକର୍ଡ ସୃଷ୍ଟି କରିଛନ୍ତି । ହଙ୍ଗେରୀ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପର୍ତୁଗାଲ ୩-୦ରେ ବିଜୟ ଅଭିଯାନ ଆରମ୍ଭ କରିଛି । ଆସନ୍ତୁ ଜାଣିବା ସେ କେଉଁ କେଉଁ ରେକର୍ଡ କରିଛନ୍ତି ।
୧. ୟୁରୋକପର ୫ ଟୁର୍ଣ୍ଣାମେଂଟରେ ଗୋଲ : ରୋନାଲ୍ଡୋ ଲଗାତାର ୫ ୟୁରୋ କପରେ ଗୋଲ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି । ୨୦୦୪, ୨୦୦୮, ୨୦୧୨ ଓ ୨୦୧୬ରେ ମଧ୍ୟ ସେ ଗୋଲ କରିଥିଲେ ।
୨.ୟୁରୋକପରେ ସର୍ବାଧିକ ଗୋଲ: ୟୁରୋକପରେ ରୋନାଲ୍ଡୋ ସର୍ବାଧିକ ଗୋଲ ସ୍କୋର କରିଛନ୍ତି । ସେ ୫ ୟୁରୋକପର ୨୨ ମ୍ୟାଚରେ ୧୧ ଗୋଲ କରିଛନ୍ତି । ସେ ଫ୍ରାନ୍ସର ମାଇକେଲ ପ୍ଲାଟିନଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୩. ବୟସ୍କ ଖେଳାଳି ଭାବେ ୨ରୁ ଅଧିକ ଗୋଲ: ୟୁରୋ କପରେ ୨ରୁ ଅଧିକ ଗୋଲ ସ୍କୋର କରିବାରେ ରୋନାଲ୍ଡୋ (୩୬ ବର୍ଷ ୧୩୦ ଦିନ) ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ୟୁକ୍ରେନର ଆନ୍ଦ୍ରେ ଶ୍ୱେଚଙ୍କୋ (୩୫ ବର୍ଷ ୨୫୬ ଦିନ)ଙ୍କ ନାମରେ ଏହି ରେକର୍ଡ ଥିଲା ।
୪.ବଡ ଟୁର୍ଣ୍ଣାମେଂଟରେ ସର୍ବାଧିକ ମ୍ୟାଚ: ଆନ୍ତର୍ଜାତୀୟସ୍ତରର ପ୍ରତିଷ୍ଠିତ ବଡ ଟୁର୍ଣ୍ଣାମେଂଟରେ ସେ ସର୍ବାଧିକ ୩୯ ମ୍ୟାଚ ଖେଳିଛନ୍ତି । ଜର୍ମାନୀର ବାଷ୍ଟିଆନ ଶ୍ୱେନଷ୍ଟିଗର ୩୮ ମ୍ୟାଚ ଖେଳିଥିଲେ ।
୫. ପ୍ରଥମ ଖେଳାଳି ଭାବେ ୫ ୟୁରୋ କପ ଖେଳିଲେ: ରୋନାଲ୍ଡୋ ୫ ୟୁରୋ କପ ଖେଳିବା ଗୌରବ ଅର୍ଜନ କରିଛନ୍ତି ୧୭ ଖେଳାଳି ୟୁରୋକପରେ ୪ଥର ଖେଳିଛନ୍ତି ।
୬.ପର୍ତୁଗାଲ ପକ୍ଷରୁ ସମସ୍ତ ଆନ୍ତର୍ଜାତୀୟ ମ୍ୟାଚରେ ଗୋଲ: ପର୍ତୁଗାଲ ପକ୍ଷରୁ ପ୍ରତିନିଧିତ୍ୱ କରି ସମସ୍ତ ଆନ୍ତର୍ଜାତୀୟ ମୁକାବିଲାରେ ଗୋଲ କରିବା କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୦୪ ୟୁରୋ କପରୁ ସେ ୧୧ ବଡ ଟୁର୍ଣ୍ଣାମେଂଟରେ ଗୋଲ କରିଛନ୍ତି ।
BREAKING NEWS
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
Comments are closed.