Latest Odisha News

BREAKING NEWS

ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି: ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ଗୁଳି ବିନିମୟ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ଚାଲିଥିଲା । ଏଥିରେ ମାଓବାଦୀଙ୍କ ମୃତାହତ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କୁଲାବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ଅପରେସନ୍ ଆରମ୍ଭ କରିଥିଲା ସୁରକ୍ଷା ବାହିନୀ ।

ଏତିକିବେଳେ ଏସଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କର ମୁହାଁମୁହିଁ ହୋଇଥିଲେ । ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ଲାଲବାହିନୀ । ପାଲଟା ଜବାବରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଏସଓଜି ଓ ଡିଭିଏଫ୍ ଯବାନ ।

Leave A Reply

Your email address will not be published.