ବୁଡାପେଷ୍ଟ: ଆଧୁନିକ ଫୁଟବଲର ଶ୍ରେଷ୍ଠ ଖେଳାଳି ଭାବେ ପରିଚିତ ପର୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ୟୁରୋକପରେ ଗୋଟିଏ ମ୍ୟାଚରେ ୬ଟି ରେକର୍ଡ ସୃଷ୍ଟି କରିଛନ୍ତି । ହଙ୍ଗେରୀ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପର୍ତୁଗାଲ ୩-୦ରେ ବିଜୟ ଅଭିଯାନ ଆରମ୍ଭ କରିଛି । ଆସନ୍ତୁ ଜାଣିବା ସେ କେଉଁ କେଉଁ ରେକର୍ଡ କରିଛନ୍ତି ।
୧. ୟୁରୋକପର ୫ ଟୁର୍ଣ୍ଣାମେଂଟରେ ଗୋଲ : ରୋନାଲ୍ଡୋ ଲଗାତାର ୫ ୟୁରୋ କପରେ ଗୋଲ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି । ୨୦୦୪, ୨୦୦୮, ୨୦୧୨ ଓ ୨୦୧୬ରେ ମଧ୍ୟ ସେ ଗୋଲ କରିଥିଲେ ।
୨.ୟୁରୋକପରେ ସର୍ବାଧିକ ଗୋଲ: ୟୁରୋକପରେ ରୋନାଲ୍ଡୋ ସର୍ବାଧିକ ଗୋଲ ସ୍କୋର କରିଛନ୍ତି । ସେ ୫ ୟୁରୋକପର ୨୨ ମ୍ୟାଚରେ ୧୧ ଗୋଲ କରିଛନ୍ତି । ସେ ଫ୍ରାନ୍ସର ମାଇକେଲ ପ୍ଲାଟିନଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୩. ବୟସ୍କ ଖେଳାଳି ଭାବେ ୨ରୁ ଅଧିକ ଗୋଲ: ୟୁରୋ କପରେ ୨ରୁ ଅଧିକ ଗୋଲ ସ୍କୋର କରିବାରେ ରୋନାଲ୍ଡୋ (୩୬ ବର୍ଷ ୧୩୦ ଦିନ) ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ୟୁକ୍ରେନର ଆନ୍ଦ୍ରେ ଶ୍ୱେଚଙ୍କୋ (୩୫ ବର୍ଷ ୨୫୬ ଦିନ)ଙ୍କ ନାମରେ ଏହି ରେକର୍ଡ ଥିଲା ।
୪.ବଡ ଟୁର୍ଣ୍ଣାମେଂଟରେ ସର୍ବାଧିକ ମ୍ୟାଚ: ଆନ୍ତର୍ଜାତୀୟସ୍ତରର ପ୍ରତିଷ୍ଠିତ ବଡ ଟୁର୍ଣ୍ଣାମେଂଟରେ ସେ ସର୍ବାଧିକ ୩୯ ମ୍ୟାଚ ଖେଳିଛନ୍ତି । ଜର୍ମାନୀର ବାଷ୍ଟିଆନ ଶ୍ୱେନଷ୍ଟିଗର ୩୮ ମ୍ୟାଚ ଖେଳିଥିଲେ ।
୫. ପ୍ରଥମ ଖେଳାଳି ଭାବେ ୫ ୟୁରୋ କପ ଖେଳିଲେ: ରୋନାଲ୍ଡୋ ୫ ୟୁରୋ କପ ଖେଳିବା ଗୌରବ ଅର୍ଜନ କରିଛନ୍ତି ୧୭ ଖେଳାଳି ୟୁରୋକପରେ ୪ଥର ଖେଳିଛନ୍ତି ।
୬.ପର୍ତୁଗାଲ ପକ୍ଷରୁ ସମସ୍ତ ଆନ୍ତର୍ଜାତୀୟ ମ୍ୟାଚରେ ଗୋଲ: ପର୍ତୁଗାଲ ପକ୍ଷରୁ ପ୍ରତିନିଧିତ୍ୱ କରି ସମସ୍ତ ଆନ୍ତର୍ଜାତୀୟ ମୁକାବିଲାରେ ଗୋଲ କରିବା କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୦୪ ୟୁରୋ କପରୁ ସେ ୧୧ ବଡ ଟୁର୍ଣ୍ଣାମେଂଟରେ ଗୋଲ କରିଛନ୍ତି ।
BREAKING NEWS
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ

Comments are closed.