ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁୟାୟୀ, ସୋମବାର ଦେଶରେ ୧୨ ହଜାର ୭୮୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ସହ ଏବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪,୩୩,୦୯,୪୭୩ କୁ ବୃଦ୍ଧି ପାଇଛି। ଏବଂ ୧୩୦ ଦିନ ପରେ ଦୈନିକ ପଜିଟିଭିଟି ହାର ୪ ପ୍ରତିଶତ ଅତିକ୍ରମ କରିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ ଏଯାବତ ୫ ଲକ୍ଷ ୨୪ ହଜାର ୮୭୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୧୮ ଜଣଙ୍କ ମଧ୍ୟରେ କେରଳର ୧୧, ଦିଲ୍ଲୀର ତିନି ଏବଂ କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ ଓ ପଶ୍ଚିମବଙ୍ଗର ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି।
ସକାଳ ୮ଟା ସୁଦ୍ଧା ସାରା ଦେଶରେ ଏବେ କରୋନା ସଂକ୍ରମିତ ୭୬ ହଜାର ୭୦୦ ରହିଛନ୍ତି। ଦୈନିକ ପଜିଟିଭ୍ ହାର ୪.୩୨ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୨.୬୨ ପ୍ରତିଶତ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ସକ୍ରିୟଙ୍କ ସଂଖ୍ୟା ୦.୧୮ ପ୍ରତିଶତ ରହିଛି। ସେହିପରି ସାରା ଦେଶରେ ଆରୋଗ୍ୟ ହାର ୯୮.୬୧ ପ୍ରତିଶତରେ ପହଞ୍ଚିଛି।
୨୪ ଘଣ୍ଟା ମଧ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪,୨୨୬ ବୃଦ୍ଧି ପାଇଛି। ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୨୭,୦୭,୯୦୦କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୨୧ ପ୍ରତିଶତରେ ପହଞ୍ଚିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Comments are closed.