Latest Odisha News

BREAKING NEWS

ନବଙ୍କ ଦେହରେ ବାଜିଥିଲା କେତୋଟି ଗୁଳି ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପୋଷ୍ଟ ମର୍ଟମ ରିପୋର୍ଟ ଦାଖଲ କରିଛନ୍ତି ଡାକ୍ତର । ଯେଉଁ ରିପୋର୍ଟରେ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ରହିଛି ।

ନବ ଦାସଙ୍କୁ କେଉଁ ସମୟରେ ଗୁଳି କରାଗଲା ? ନବଙ୍କ ଶରୀରରେ କେତୋଟି ଗୁଳି ବାଜିଛି । କେତେବେଳେ ନବ ଦାସଙ୍କ ମୃତ୍ୟୁ ହେଲା ? ଏସବୁ ପ୍ରଶ୍ନର ଉତ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମିଳିଯିବ । ତେବେ ପୋଷ୍ଟ ମର୍ଟମ ରିପୋର୍ଟରେ କଣ ଉଲ୍ଲେଖ ରହିଛି ସେ ନେଇ କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତ ।

କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ ପୋଷ୍ଟ ମର୍ଟମ ରିପୋର୍ଟକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡ଼ିଛି । ଅନ୍ୟପଟେ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧୀନ ଟିମ୍ ଆଜି କ୍ରାଇମ୍ ସ୍ପଷ୍ଟକୁ ଯାଇ ଛାନଭିନ୍ କରିଥିବା ବେଳେ ଅନ୍ୟ ଏକ ଟିମ୍ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ପୈତୃକ ଘରେ ତଦନ୍ତ କରିଛି ।

ଗତକାଲି ବହିଷ୍କୃତ ଏଏସ୍ଆଇ ଗୋପାଳ ଦାସଙ୍କୁ କୋର୍ଟ ଚାଲାଣ କରିବା ସହ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଗୋପାଳକୁ ଝାରସୁଗୁଡ଼ା ଉପ କାରାଗାରକୁ ପଠାଇ ଦେଇଥିଲେ । ଆଜି ଅଭିଯୁକ୍ତ ଗୋପାଳଙ୍କ ଓକିଲ ଜାମିନ୍ ଆବେଦନ କରିଥିବା ବେଳେ କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ରବିବାର ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେହି ସମୟରେ ଏଏସ୍ଆଇ ଗୋପାଳ, ମନ୍ତ୍ରୀ ନବ ଦାସଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ତୁରନ୍ତ ନବଙ୍କୁପ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ପରେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଣାଯାଇଥିଲା । ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ସତ୍ତ୍ୱେ ଆଖି ବୁଜିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।

Leave A Reply

Your email address will not be published.