Latest Odisha News

BREAKING NEWS

ଟଙ୍କା ବଦଳରେ ପଥର ଦେଇ କିଣନ୍ତି ମୂଲ୍ୟବାନ୍‌ ଜିନିଷ, ପଥର ପଛରେ କ’ଣ ରହିଛି ରହସ୍ୟ ?

ନୂଆଦିଲ୍ଲୀ : ଜିନିଷ କିଣିବା ପାଇଁ ଦରକାର ପଡ଼େନି କୌଣସି କାଗଜର ନୋଟ୍‌ କି ମୁଦ୍ରା  । ପଥର ଦେଲେ ମିଳିଥାଏ ଜିନିଷ । ଆଜିକା ଦୁନିଆରେ କୌଣସି ଜିନିଷ କିଣିବାକୁ ହେଲେ ଆମେ ଟଙ୍କା ଦେଇ ଜିନିଷ କିଣିଥାଉ । କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପଥର ମୁଦ୍ରାର ପ୍ରଚଳନ ରହିଛି । ପ୍ରତ୍ୟେକ ଜିନିଷ କିଣିବାକୁ ହେଲେ ପଥର ଦେଇ କିଣିବାକୁ ପଡ଼ିଥାଏ । ଏହି ପଥର ମୁଦ୍ରାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି।

ପୂର୍ବରୁ ଯେତେବେଳେ ଦୁନିଆରେ ମୁଦ୍ରାର ବ୍ୟବହାର ଆରମ୍ଭ ହୋଇନଥିଲା, ସେତେବେଳେ ଲୋକମାନେ ଜିନିଷ କିଣିବା ପାଇଁ ବାର୍ଟର ଉପାୟ ଆପଣାଉ ଥିଲେ ।ଏହି ଉପାୟ ଦ୍ୱାରା ସମାନ ମୂଲ୍ୟର ସାମଗ୍ରୀ ଦ୍ରବ୍ୟ ବଦଳରେ ଦିଆଯାଉଥିଲା । ଯଦି କେହି ଛେଳି କିଣିବାକୁ ଚାହାଁନ୍ତି, ତେବେ ତାଙ୍କୁ ବଦଳରେ ମେଣ୍ଢା କିମ୍ବା ଅନ୍ୟାନ୍ୟ ଜିନିଷ ଦେବାକୁ ପଡିଥାଏ । ତେବେ ଏହି ପଥର ମୁଦ୍ରା ଚାଲିଥିବା ଏହି ସ୍ଥାନଟିର ନାମ ୟାପ ଦ୍ୱୀପ। ୟାପ ଦ୍ୱୀପ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ଏହି ୟାପ ଦ୍ୱୀପରେ ପଥର ମୁଦ୍ରା ଏବେବି ବ୍ୟବହୃତ ହେଉଛି।

ତେବେ ଏହି ୟାପ ଦ୍ୱୀପ ପ୍ରାୟ ୧୦୦ ବର୍ଗ କିଲୋମିଟର । ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି। ଏହି ଦ୍ୱୀପରେ ଅନେକ ଛୋଟ ଗାଁ ଅଛି । ଗାଁରେ ପ୍ରତ୍ୟେକ ଘରର ପଥର ଉପରେ ପରିବାରର ନାମ ମଧ୍ୟ ଲେଖାଯାଇଛି। ଏହି ପଥର ମଧ୍ୟ ଭାଗରେ ଏକ ଛିଦ୍ର ଅଛି । ଯାହା ମୁଦ୍ରା ଭାବରେ ବିବେଚନା କରାଯାଏ। ପଥର ଯେତେ ଭାରୀ, ଏହାର ମୂଲ୍ୟ ସେତେ ଅଧିକ। ଅଧିକ ଏବଂ ଭାରୀ ପଥର ଥିବା ପରିବାର ଏଠାରେ ଧନୀ ବୋଲି ଧରାଯାଏ। ସବୁଠାରୁ ବଡ଼ କଥା ହେଉଛି ଏହି ଗାଁରେ ସୁନା କିମ୍ବା କୋଇଲା ମିଳି ନଥାଏ ।

ତେବେ, ଏହି ପଥର ମୁଦ୍ରାର ପ୍ରଚଳନ କେବେ ଆରମ୍ଭ ହୋଇଥିଲା ତାହାର କୌଣସି ପ୍ରମାଣ ନାହିଁ  । ଏହି ପଥର ମୁଦ୍ରା ବ୍ୟବହାର ପଛର କାରଣ ହେଉଛି ୟାପ ଦ୍ୱୀପରେ କୌଣସି ମୂଲ୍ୟବାନ କଞ୍ଚାମାଲ କିମ୍ବା ଧାତୁର ଅଭାବ ରହିଛି । ତେଣୁ ଶତାବ୍ଦୀ ପୂର୍ବରୁ ଏଠାରେ ଚୂନ ପଥର ମୁଦ୍ରା ଭାବରେ ବ୍ୟବହୃତ ହୋଇ ଆସୁଛି ।

 

Leave A Reply

Your email address will not be published.