Latest Odisha News

BREAKING NEWS

ସ୍ୱାଧୀନ ପ୍ରାର୍ଥୀଙ୍କ ଘର ସାମ୍ନାରେ ଆତଙ୍କରାଜ: ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌

ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । କିଛି ଦୁର୍ବୃତ୍ତ ରାତି ଅଧରେ ପରାଜିତ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘର ଉପରକୁ ପଥର ମାଡ଼ କରିବା ସହ ବାଇକ୍ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି।

ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ LIG -୯୪ ଷ୍ଟେଜ୍‌ ୨ରେ ଏହି ଘଟଣା ଘଟିଛି । ପୂର୍ବତନ କର୍ପୋରେଟର ତଥା ୧୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବିରେନ ପଟ୍ଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀ ସସ୍ମିତା ଦାସ ଏଥର ନିର୍ବାଚନ ଲଢ଼ିଥିଲେ। ଗତକାଲି ନିର୍ବାଚନ ଫଳାଫଳ ବାହାରିଥିଲା ଓ ଉଭୟ ପରାଜିତ ହୋଇଥିଲେ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟାରେ ଘରେ ଶୋଇ ଥିବାବେଳେ ବିରେନଙ୍କ ଘର ସାମ୍ନାରେ ଦୁର୍ବୃତ୍ତମାନେ ଆତଙ୍କରାଜ ସୃଷ୍ଟି କରିଥିଲେ। ଏକ କାର୍‌ରେ କିଛି ଦୁର୍ବୃତ୍ତ ଆସି ବିରେନଙ୍କ ଘର ବାହାରେ ଥିବା ବାଇକକୁ ପଥରରେ ଛେଚି ଭାଙ୍ଗି ଥିଲେ। ଏହାସହ ଦୁର୍ବୃତ୍ତମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଏଭଳି ଆତଙ୍କରାଜ ପରେ ସୁରକ୍ଷା ପାଇଁ ବିରେନ ନିବେଦନ କରିଛନ୍ତି।

Leave A Reply

Your email address will not be published.