Latest Odisha News

BREAKING NEWS

ଘାଟି ତଳକୁ ଖସିଲା ବସ୍: ୭ ମୃତ ଓ ୪୫ ଆହତ

ହାଇଦ୍ରାବାଦ: ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବାଟରେ ଘାଇକୁ ଖସିଲା ବସ୍ । ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୪୫ ଜଣ ଯାତ୍ରୀ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଭାକଟାପେଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସଟି ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲା ।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ବିବାହ ଉତ୍ସବରେ ଯୋଗ ଦେଇ ବସଟି ୫୨ ଜଣଙ୍କୁ ଧରି ଫେରୁଥିଲା । ଅନନ୍ତପୁର ଜିଲ୍ଲା ଧର୍ମଭରମରୁ ଚିତ୍ତୋର ନାଗରି ନିକଟ ଏକ ଗାଁକୁ ଆସୁଥିଲା ବସ୍ । ଘାଟି ରାସ୍ତା ପାର ହେବା ବେଳେ ଡ୍ରାଇଭରଙ୍କ ଦାୟିତ୍ୱହୀନତା ଯୋଗୁ ବସ୍ ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ତିରୁପତି ଏସପି କହିଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ । ଅନ୍ଧାର ରାସ୍ତାରେ ୫୦ ଫୁଟ୍ ଗଭୀର ଭିତରୁ ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ଥିଲା । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଭିତରେ କିଛି ଗୁରୁତର ଅଛନ୍ତି ।

Leave A Reply

Your email address will not be published.