Latest Odisha News

BREAKING NEWS

ମହିଳା ବିଶ୍ୱକପ୍ କ୍ରିକେଟ୍: ଦକ୍ଷିଣ ଆଫ୍ରିକା ଆଗରେ ୨୭୫ ରନ୍ ଟାର୍ଗେଟ ଦେଲା ଭାରତ

ଦମ୍ ଦେଖାଇଲେ ସ୍ମୃତି, ସେଫାଳି, ମିତାଲି ଓ ହରମନପ୍ରୀତ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହିଳା ବିଶ୍ୱକପ୍ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୭୫ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଭାରତ । ଆଜି ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ ୨୭୪ ରନ୍ କରିଛି । ସ୍ମୃତି ମାନ୍ଧାନା, ସେଫାଳି ବର୍ମା ଓ ଅଧିନାୟିକା ମିତାଲି ରାଜଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ୨୭୫ ରନ୍ ବିଜୟ ଲକ୍ଷ୍ୟ ଦେଇଛି ।

ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉପରେ ପ୍ରହାର କରିଥିଲେ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ସେଫାଳି ବର୍ମା । ଦୁହେଁ ଅର୍ଦ୍ଧଶତକ ମାରିଛନ୍ତି । ସ୍ମୃତି ମାନ୍ଧାନା ୮୪ ବଲରୁ ୭୧ ରନ୍ କରିଛନ୍ତି । ସେଫାଳି ୪୬ବଲରୁ ପିଟିଛନ୍ତି ୫୩ ରନ୍ । ପରେ ମିତାଲି ରାଜି (୬୮ ରନ୍) ଓ ହରମନପ୍ରୀତ କୌର (୪୮ ରନ୍) କରିଥିଲେ ।

ଚଳିତ ବିଶ୍ୱକପରେ ଏଯାଏ ଭାରତ ୬ଟି ମ୍ୟାଚ୍ ଖେଳିଛି । ୩ଟିରେ ବିଜୟ ଓ ୩ଟିରେ ପରାଜୟର ମୁହାଁ ଦେଖିଛି । ପଏଣ୍ଟ ଟେବୁଲର ୫ ନମ୍ବର ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ । ଟପରେ ଅଷ୍ଟ୍ରେଲିଆ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛି ଦକ୍ଷିଣ ଆଫ୍ରିକା । ତୃତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ ଓ ଚତୁର୍ଥରେ ଅଛି ଇଂଲଣ୍ଜ ମହିଳା ଟିମ୍ ।

Leave A Reply

Your email address will not be published.