ନ୍ୟୁୟର୍କ: ସାଧାରଣତଃ ଡାକ ଟିକେଟର ମୂଲ୍ୟ ୫ରୁ ଆରମ୍ଭ ହୋଇ ୧୦୦ ଟଙ୍କା ଭିତରେ ହୋଇଥାଏ । ହେଲେ ନିକଟରେ ଏକ ଡାକ ଟିକେଟ ଏତେ ଚଢା ଦରରେ ନିଲାମ ହୋଇଛି ଯେ, ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଟିକେଟ୍ ଛପାରେ କିଛି ଗଡ଼ବଡ଼ ହେବା କାରଣରୁ ଏହାର ମୂଲ୍ୟ ଏତେ ଚଢା ହୋଇଥିବା ଜଣାଯାଇଛି ।
୧୯୧୮ ମସିହାର ଏକ ଆମେରିକା ଡାକ ଟିକେଟ ଥିଲା, ଯାହାର ବ୍ୟବହାର ବିଶ୍ୱର ପ୍ରଥମ ନିୟମିତ ରୂପରେ ସରକାରୀ ଏୟାରମେଲ୍ ସେବାର ଟିକେଟ ପାଇଁ କରାଯାଇଥିଲା । ଟିକେଟରେ ସାଧାରଣତଃ ଏକ ‘ଜେନି’ କର୍ଟିସ୍ ବାଇପଲେନ୍?କୁ ଉପରକୁ ଦିଗ କରାଇ ରଖାଯାଇଛି । ହେଲେ ଛପା ଦାୟିତ୍ୱରେ ଥିବା ଲୋକେ ସେହି ଚିତ୍ରକୁ ଓଲଟା ଛାପି ଦେଇଥିଲେ । ଏହାପରେ ଯାହା ଚିତ୍ର ହେଲା, ତାହା ‘ଇନ୍?ଭର୍ଟେଡ୍ ଜେନି’ର ଥିଲା । ‘ଇନ୍?ଭର୍ଟେଡ୍ ଜେନି’ ଗୋଟେ ୧୦୦ ପିସ୍ ଥିବା ସିଟ୍ ପୂର୍ବରୁ ବିକ୍ରି ହୋଇଥିଲା, ହେଲେ ଏହାର ଏକ ଭୁଲ୍ ଧରାପଡ଼ିବା ପରେ ଏହି ଟିକେଟର ମୂଲ୍ୟ ବଢ଼ିଯାଇଛି ।
ନ୍ୟୁୟର୍କର ସିଇଗଲ୍ ଅକ୍?ଶନ ଗ୍ୟାଲେରିସ୍?ର ଅଧ୍ୟକ୍ଷ ସ୍କଟ ତ୍ରିପେଲ୍?ଙ୍କ କହିବା ଅନୁସାରେ, ଏହା ‘ଷ୍ଟାମ୍ପ୍ ସଂଗ୍ରହର ପ୍ରତୀକ’ । ତେଣୁ ଏହା ଅତ୍ୟନ୍ତ ଖାସ୍ ଏବଂ ମହଙ୍ଗା । ୧୯୧୮ ମସିହାରେ ସେହି ବିମାନ ବିଶେଷ ଭାବେ ଏତେ ଖାସ୍ ନ ଥିଲା । ସେତେବେଳେ ବହୁତ ଲୋକ ମଧ୍ୟ ସେହି ବିମାନ କିପରି ଦେଖାଯାଏ ତାହା ଜାଣି ନ ଥିଲେ । ସେଥିପାଇଁ ଟିକେଟର ଓଲଟା ଫଟୋ ଲୋକଙ୍କ ନଜରକୁ ଆସି ନ ଥିଲା ବୋଲି ତ୍ରିପେଲ୍ କହିଛନ୍ତି । ଡାକଘର କିରାଣିଙ୍କୁ ପଚାରିବାରେ, ସେ ସେତେବେଳେ ବିମାନକୁ ଦେଖି ନ ଥିଲେ । ସେଥିପାଇଁ ଟିକେଟ ବିକିବା ସମୟରେ ସେ ଜାଣିପାରି ନ ଥିଲେ ।
Comments are closed.