Latest Odisha News

ଚୀନ ମାଷ୍ଟର୍ସ ସୁପର ସିରିଜରେ ରନର୍ସଅପ ହେଲେ ସାଇରାଜ-ଚିରାଗ ଯୋଡି

ବେଜିଂ: ଚୀନ ମାଷ୍ଟର୍ସ ସୁପର ସିରିଜ ୭୫୦ ବ୍ୟାଡମିଂଟନର ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକ ସାଇରାଜ ରେଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରି ଯାଇଛନ୍ତି । ଟାଇଟଲ ମୁକାବିଲାରେ ଭାରତୀୟ ଯୋଡି ଚୀନର ଲିୟାଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚୁଙ୍ଗଙ୍କ ନିକଟରୁ ୧୯-୨୧, ୨୧-୧୮ ଓ ୧୯-୨୧ରେ ହାରିବା ସହ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ । ପ୍ରଥମ ଗେମ ଭାରତୀୟ ଯୋଡି ଜିତିବା ପରେ ଦ୍ୱିତୀୟ ଗେମକୁ ଜିତି ଚୀନ ଖେଳାଳି ମ୍ୟାଚରେ ରୋମାଂଚ ଭରିଥିଲେ । ନିର୍ଣ୍ଣାୟକ ମୁକାବିଲାରେ ଚୀନ ଯୋଡି ବାଜି ମାରିବା ସହ ମ୍ୟାଚକୁ ଜିତି ନେଇଥିଲେ ।

ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଚିରାଗ ଓ ସାଇରାଜ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଏଥିସହ ସେମାନେ ଏସିଆନ ଗେମ୍ସ ପରାଜୟର ମଧୂର ପ୍ରତିଶୋଧ ନେଇପାରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ଜାପାନର କୋଡାଇ ନାରକୋ ଓ ମହିଳାରେ ଚୀନର ଚେନ ୟୁ ଫେଇ ଟାଇଟଲ ହାସଲ କରିଛନ୍ତି ।

Leave A Reply

Your email address will not be published.