Latest Odisha News

ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

ମାଲକାନଗିରି : ମାଲକାନଗିରି ବିଚ୍ଛିନ୍ନାଂଚଳର ଜନ୍ତୁରାଇ ଠାରେ ମାଓବାଦୀ ଓ ଗ୍ରମାବାସୀଙ୍କ ମଧ୍ୟରେ ବିରୋଧାଭାବ ତୀବ୍ର ରୂପ ନେଇଛି ।

ସୂଚନା ମୁତାବକ, ଆନ୍ଧ୍ର-ଓଡିଶା ସୀମାର ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନେ ଯୋଡାମ୍ବ ଓ ପଣସପୁଟ ପଂଚାୟତର ବିଭିନ୍ନ ସ୍ଥାନରେ ଗ୍ରାମବାସୀଙ୍କୁ ପୋଲିସ ସହଯୋଗ ମିଳିବା ବିରୁଦ୍ଧରେ ଚେତାବନୀ ଦେଇ ପୋଷ୍ଟର ଲଗାଇଛନ୍ତି ।

ଗତ କିଛି ଦିନ ପୂର୍ବରୁ ଗ୍ରମାବାସୀ ଜନ୍ତୁରାଇ ଠାରେ ଗଙ୍ଗା ମାଢ଼ି ଓ ଜିପ୍ରା ହାଟ୍ରିକା ନାମକ ମାଓବାଦୀଙ୍କୁ ପିଟିଥିଲେ । ସେଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଏହାପରେ ମାଓବାଦୀମାନେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଛନ୍ତି । ମାଓବାଦୀର ମୃତ୍ୟୁ ଘଟଣା ପଛରେ ପୋଲିସର ହାତ ଥିବା ଓ ଗାଁର ଚାରିଜଣ- ଚୈତନ୍ୟ, ଗୋବିନ୍ଦ, ମନୁ ଓ ପ୍ରହଲ୍ଲାଦଙ୍କୁ ପୋଲିସ ସହିତ ମିଶିଥିବା ଥିବା ନେଇ ହତ୍ୟା ଧମକ ଦେଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ମାଓବାଦୀଙ୍କ ଗତିବିଧିକୁ ବିରୋଧ କରି ଯୋଡମ୍ବା ଓ ପଣସପୁଟ ପଂଚାୟତରେ ମାଲକାନଗିରି ବିକାଶ ପରିଷଦ ଓ ଅନ୍ୟ ସ୍ୱେଚ୍ଛାସେବୀ ସଙ୍ଗଠନ ମାଓ ବିରୋଧୀ ପୋଷ୍ଟର ଲଗାଇଛନ୍ତି ।

ମାଓବାଦୀଙ୍କୁ ଦେଶ ବିରୋଧୀ ଓ ଜନ ବିରୋଧୀ ଆଖ୍ୟା ଦେଇ ଗ୍ରାମବାସୀ କହିଛନ୍ତି କି, ସେମାନେ ବିଚ୍ଛିନ୍ନାଂଚଳର ବିକାଶ ଚାହୁଁନାହାଁନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ତଥା ଯାନବାହାନରେ ନିଆଁ ଲଗାଇଦେଉଛନ୍ତି ।

ମାଲକାନଗିରି ଆଦିବାସୀ ବିକାଶ ପରିଷଦ ମାଓବାଦୀଙ୍କୁ ଭୟ ନକରି ଗାଁର ବିକାଶ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଗ୍ରାମବାସୀଙ୍କୁ ଆଗ୍ରହ ଦେଖାଇଛନ୍ତି । ।

Comments are closed.