Latest Odisha News

BREAKING NEWS

ଦିଘା ଜଗନ୍ନାଥ ମନ୍ଦିରର ଉଦଘାଟନୀ ଉତ୍ସବରେ ସାମିଲ ନହେବାକୁ ଶ୍ରୀମନ୍ଦିର ପରିସରରେ ଲାଗିଲା ପୋଷ୍ଟର

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟା ଦିନ ଅନୁଷ୍ଠିତ ହେବ । ଏନେଇ ଉକ୍ତ ଦିନ ଯଦି ସେହି ସେଠାରେ ରୋଷ କାର୍ଯ୍ୟରେ ସୁଆର ମହାସୁଆର ନିଯୋଗର କୌଣସି ସଦସ୍ୟଙ୍କ ସହ ଯୋଗାଣିଆ, ତୁଣିଆ ଓ ପାଣିଆ ଯୋଗ ଦେଲେ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଡା ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ।

ଏନେଇ ଶ୍ରୀମନ୍ଦିର ଚାରିଦ୍ଵାର ସମେତ ଶ୍ରୀମନ୍ଦିର ପରିସରରେ ଥିବା ରୋଷ ଘର ସମ୍ମୁଖରେ ସୁଆର ମହାସୁଆର ନିଯୋଗର ସଭ୍ୟ ଓ ରୋଷ ସମ୍ପୃକ୍ତ କର୍ମଚାରୀଙ୍କ ପାଇଁ ଏହି ନିର୍ଦ୍ଦେଶନାମା ଲଗାଯାଇଛି । ନଚେତ ରୋଷ ଓ ନିଯୋଗରୁ କରାଯିବ ବାସନ୍ଦ । ସବୁଦିନ ପାଇଁ ନିଲମ୍ବିତ କରାଯିବ ବୋଲି ଚେତେଇ ଦେଇଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ।

ରୋଷ କାର୍ଯ୍ୟରେ ରନ୍ଧନ କିମ୍ବା ସାହାଯ୍ୟ କଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ବାସନ୍ଦ କରାଯିବ । ଏଭଳିକି ସେମାନଙ୍କ ପ୍ରାପ୍ୟ ବନ୍ଦ କରାଯିବା ସହ ରୋଷଘରକୁ ସଂପୂର୍ଣ୍ଣ ବାରଣ କରାଯିବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ । ଯଦି କେହି ନିର୍ଦ୍ଦେଶନାମାର ଉଲ୍ଲଘଂନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହଯୋଗ ନିଆଯିବ ବୋଲି କହିଛନ୍ତି ନିଯୋଗର ସମ୍ପାଦକ ।

Comments are closed.