Latest Odisha News

୨ ଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହେବ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ଵର: ଆଳୁ ଦର ସମୀକ୍ଷା ପରେ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗରେ ୨୧ରୁ ୨୪ ଯାଏଁ ଆନ୍ଦୋଳନ ଚାଲିଥିଲା । ଏବେ କିନ୍ତୁ ପ୍ରତିବାଦ ବନ୍ଦ ହୋଇଛି । ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ । ବର୍ତ୍ତମାନ ୭ ଦିନ ପାଇଁ ଓଡ଼ିଶାରେ ଆଳୁ ମହଜୁଦ ଅଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ତେବେ କେଜି ପିଛା ଆଳୁ ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ପନିପରିବାରେ ହାତ ମାରିହେଉନଥିବା ବେଳେ ଆଳୁ ଦର ଲୋକଙ୍କୁ ଆଶ୍ବସ୍ତି ଦେଇଥିଲା । ହେଲେ ଗତ ଦୁଇ ଦିନ ହେବ ଆଳୁ ଦର ବି ଆକାଶ ଛୁଆଁ ହୋଇଛି । ଆଳୁ କିଲୋ ୫୦ ଟଙ୍କା ହୋଇଥିବା ବେଳେ ଏବେ ଚିନ୍ତାରେ ଖାଉଟି ।ପଶ୍ଚିମବଙ୍ଗ ଓଡିଶାକୁ ଆଳୁ ଯୋଗାଉଥିବା ବେଳେ ଏଥର ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ କମ୍ ହୋଇଛି । ତେଣୁ ପଶ୍ଚିମବଙ୍ଗ ପୋଲିସ ଆଳୁ ବୋଝେଇ ଟ୍ରକକୁ ଅଟକ ରଖିଛି । ଫଳରେ ଓଡିଶାରେ ଆଳୁ କମିବାକୁ ଲାଗିଲାଣି । ପଶ୍ଚିମବଙ୍ଗ-ଓଡ଼ିଶା ସୀମା ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଟ୍ରକ୍ ଅଟକାଇଛି । ଓଡ଼ିଶାକୁ ପ୍ରବେଶ ଅନୁମତି ନଥିବାରୁ ଟ୍ରକ ଆସିପାରୁନଥିବା ବେଳେ ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଟ୍ରକ୍ ଅଟକିଛି ।

Comments are closed.