ଭୁବନେଶ୍ଵର: ଗତ ଚାରି ଦିନ ତଳେ ରସୁଣକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତି ଶୁଣାଇଥିଲେ । ରସୁଣ ପରିବା ନା ମସଲା? ଏହି ପ୍ରଶ୍ନର ଉତ୍ତର ସାଧାରଣତଃ ଲୋକ ମସଲା ବୋଲି କହିଥାଆନ୍ତି । କିନ୍ତୁ ହାଇକୋର୍ଟ ରସୁଣକୁ ଏକ ପରିବା ବୋଲି ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉଭୟ ପନିପରିବା ବଜାର ଏବଂ ମସଲା ବଜାରରେ ରସୁଣ ବିକ୍ରୟ ପାଇଁ ଅନୁମତି ଦେଇଛନ୍ତି । ସେ ଯାହା ବି ହେଉ ରସୁଣ କିନ୍ତୁ ସ୍ଵାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଥଣ୍ଡା ରୋଗୀଙ୍କ ପାଇଁ ରସୁଣ ରାମବାଣ ସଦୃଶ୍ୟ କାର୍ଯ୍ୟ କରିଥାଏ । କେବଳ ଯେ ଥଣ୍ଡା ତାହା ନୁହେଁ ଅନେକ ରୋଗରୁ ମୁକ୍ତି ମଧ୍ୟ ଦେଇଥାଏ ଏହି ରସୁଣ । ତେବେ ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ,,,
ଖାଲିପେଟରେ ରସୁଣ ଖାଇବା ଦ୍ୱାରା ଅନେକ ଉପକାର ମିଳିଥାଏ। ଆୟୁର୍ବେଦ ଚିକିତ୍ସା ପଦ୍ଧତିରେ ରସୁଣରୁ ଔଷଧ ପ୍ରସ୍ତୁତ ହୋଇଥାଏ। ଅନେକ ସ୍ବାସ୍ଥ୍ୟ ସମସ୍ୟାରେ ରସୁଣକୁ ଘରୋଇ ଉପଚାର ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏହା ପେଟ ଗ୍ୟାସ, ଥଣ୍ଡା ସର୍ଦ୍ଦି ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ। ଯଦି ଆପଣଙ୍କଠାରେ ରକ୍ତଚାପ ସମସ୍ୟା ଥାଏ, ତେବେ ଖାଲିପେଟରେ ୨ରୁ ୩ କୋଲା ରସୁଣ ଖାଆନ୍ତୁ। ରସୁଣରେ ରକ୍ତଚାପ ନିୟନ୍ତ୍ରଣ କ୍ଷମତା ଅଛି। ତେଣୁ ସକାଳୁ ଖାଲିପେଟରେ ରସୁଣ ଚୋବେଇ ଖାଇବା ଲାଭଦାୟକ ହୋଇଥାଏ।
ଏହା ହୃଦ୍ଘାତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହ ଆଶଙ୍କା ଦୂର କରିଥାଏ। ରକ୍ତ ଜମାଟ ହେବାକୁ ଦେଇ ନ ଥାଏ। ଏଥିରୁ ମୁକ୍ତି ପାଇବା ଲାଗି ସକାଳୁ ଖାଲିପେଟରେ ରସୁଣ ଖାଇବା ଉଚିତ। ପେଟ ଓ ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ଲାଗି ଖାଲିପେଟରେ ରସୁଣ ଖାଆନ୍ତୁ। ଖାଲିପେଟରେ ରସୁଣ ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିଥାଏ। ପାଚନତନ୍ତ୍ର ମଧ୍ୟ ଠିକ୍ ରହିଥାଏ। ରସୁଣ ଖାଇଲେ ରକ୍ତ ମଧ୍ୟ ବିଶୁଦ୍ଧ ରୁହେ । ଶୀତ ଦିନରେ ସାଧାରଣତଃ ଚର୍ମ ଶୁଷ୍କ ହୋଇ କୁଣ୍ଡେଇ ହୋଇଥାଏ। ଚର୍ମ ସମ୍ବନ୍ଧୀୟ ରୋଗ ରୋକିବାରେ ମଧ୍ୟ ରସୁଣ ପ୍ରଭାବଶାଳୀ। ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଚର୍ମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଦିନକୁ ୪-୫ ପାଖୁଡା ରସୁଣ ଖାଇଲେ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।
Comments are closed.