Latest Odisha News

BREAKING NEWS

ପ୍ରଭାସଙ୍କ ଫେସ୍‌ବୁକ୍ ଆକାଉଣ୍ଟ ହ୍ୟାକ୍‌: ଅଜବ ଭିଡ଼ିଓ ସେୟାର କଲେ ହ୍ୟାକର

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍ ହୋଇଛି । ତାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରି ହ୍ୟାକର ଅଜବ ପୋଷ୍ଟ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି । ପ୍ରଭାସ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଦେଶ ତଥା ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି । କିନ୍ତୁ ସେ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନୁହଁନ୍ତି । ପ୍ରଭାସ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ କେବଳ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ଅପଡେଟ ସେୟାର କରିଥାନ୍ତି । ତାଙ୍କର ଫେସବୁକ୍ ପେଜ୍‌ରେ ୨୪ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି । ଗୁରୁବାର ରାତିରେ ତାଙ୍କ ଫେସବୁକ ପେଜକୁ ହ୍ୟାକ କରାଯାଇଥିଲା । ହ୍ୟାକର୍ସ ତାଙ୍କ ଫେସବୁକରୁ ‘ଅନଲକି ହ୍ୟୁମାନ’ ଏବଂ ‘ବଲ ଫେଲ ଆରାଉଣ୍ଡ ୱାର୍ଲଡ’ ଟାଇଟଲ ସହିତ ଦୁଇଟି ଭାଇରାଲ ଭିଡିଓ ସେୟାର କରିଥିଲେ । ହ୍ୟାକରଙ୍କ ଏହି ପୋଷ୍ଟ ପରେ ଲୋକେ ମଧ୍ୟ ବହୁତ କମେଣ୍ଟକରିବା ଆରମ୍ଭ କରିଦେଇଥିଲେ । ପରେ ପ୍ରଭାସ ନିଶ୍ଚିତ ହୋଇଥିଲେ ଯେ, ତାଙ୍କ ଫେସବକୁ ହ୍ୟାକ ହୋଇଛି ।

ପରେ ପ୍ରଭାସ ଲେଖଛନ୍ତି ଯେ, ‘‘ସମସ୍ତଙ୍କୁ ନମସ୍କାର । ମୋର ଫେସବୁକ୍ ପେଜ୍ ‘କମ୍ପ୍ରମାଇଜ୍‌’ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ଟିମ୍ ଚେଷ୍ଟା କରୁଛି ।’’

ଆଗକୁ ପ୍ରଭାସ ଫିଲ୍ମ୍ ‘ପ୍ରୋଜେକ୍ଟ କେ’ରେ ନଜର ଆସିବେ । ଏଥିରେ ଶୀଘ୍ର ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.