Latest Odisha News

BREAKING NEWS

ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ‘ପ୍ରାଚୀ ଅବବାହିକା’ ଲୋକାର୍ପିତ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଓ ଓଡ଼ିଶା ନାଗରିକ ମହାମଞ୍ଚ ପକ୍ଷରୁ ଐତିହାସିକ, ଗବେଷକ, ସାହିତ୍ୟିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୩ତମ ଜନ୍ମଦିବସ ଅବସରରେ ତାଙ୍କ ସାରସ୍ୱତ କୃତି ‘ପ୍ରାଚୀ ଅବବାହିକା’ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମାଜସେବୀ ନାରାୟଣ ଓଝା, ବିଶିଷ୍ଟ ସାହିତ୍ୟିକ, ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟଅତିଥି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସମ୍ମାନିତ ଅତିଥି,ସାହିତ୍ୟିକ ତଥା ଗବେଷକ ଅସିତ ମହାନ୍ତି ମୁଖ୍ୟବକ୍ତା ଭାବେ ଏବଂ ସ୍ତମ୍ଭକାର ତଥା ଗବେଷକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ବରେଣ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମଦନ ମୋହନ ପାଢୀ ଏବଂ ବିଜୟ ପରିଡ଼ା ପରିଚାଳନା କରିଥିଲେ।

Leave A Reply

Your email address will not be published.