ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡା ଜେଲରୁ ବ୍ରହ୍ମପୁର ଜେଲକୁ ନେଇଛି ପୋଲିସ । ଏସଡିଜେଏମ୍ କୋର୍ଟଙ୍କ ଅନୁମତି କ୍ରମେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସ୍ବତନ୍ତ୍ର ଏସକର୍ଟ ଟିମ୍ ଭୁବନେଶ୍ବର ଝାରପଡା ଜେଲ୍ରୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରିବାକୁ ଆଣୁଛି ।
ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ତିନୋଟି ମାମଲା ରୁଜୁ ହୋଇଛି । ଗତ ୨୪ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗୁଣୁପୁର ଗାଁର ଲକ୍ଷ୍ମି ନାରାୟଣ ନାୟକ ଜଣେ ବ୍ୟକ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଟଙ୍କା ଠକି କରି ନେଇଥିବା ନେଇ ମାମଲା ରୁଜୁ କରିଥିଲେ ।
ସେହିଭଳି ଚିକରଡା ଗାଁର ପ୍ରଶାନ୍ତ କର ଗତ ୩୧ ତାରିଖରେ ଟଙ୍କା ଠକେଇ ମାମଲା ନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ଏହାବ୍ୟତୀତ କେଲୁଆପଲ୍ଲୀ ଗାଁର ପ୍ରଭାତ କୁମାର ନାୟକ ଗତ ୧୨ ତାରିଖରେ ଟଙ୍କା ଠକେଇ ନେଇ ମାମଲା ରୁଜୁ କରିଛନ୍ତି । ଏହି ତିନୋଟି ମାମଲାରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ପାଇଁ ଆଣାଯାଉଥିବା ସୂଚନା ମିଳିଛି ।
Comments are closed.