Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପଙ୍କ ପ୍ରଶ୍ନ- ସେତେବେଳେ ଚୁପ୍ ଥିଲେ କାହିଁକି ?

ଭୁବନେଶ୍ୱର: ଲକଡାଉନ ସମୟରେ ଚାଟାର୍ଡ ଫ୍ଲାଇଟରେ ବୁଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯଦି କୋଭିଡ ସମୟରେ ସେ ଚାଟାର୍ଡ ଫ୍ଲାଇଟରେ ବୁଲିଥିଲେ ତେବେ ସରକାର ସେତେବେଳେ ଚୁପ୍ ରହିଥିଲେ କାହିଁକି ? ସେ ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ଗସ୍ତ କରିଛନ୍ତି । ଏଥିରେ କିଛି ଅସୁବିଧା ନାହିଁ କି ସେ ଭୁଲ କରିନାହାନ୍ତି । ସେ ଚାଟାର୍ଡ ଫ୍ଲାଇଟରେ ପୁଣେ ଯାଇଥିବା ସ୍ପଷ୍ଟ କରିଛନ୍ତି ।

ଏଥି ସହ ପ୍ରଦୀପ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ତାଙ୍କ ସମର୍ଥକ  ଓ ସମ୍ପର୍କୀୟମାନଙ୍କୁ ପୋଲିସ ହଇରାଣ କରିବା ସହ ଥାର୍ଡ ଡିଗ୍ରୀ ପ୍ରୟୋଗ କରୁଥିବା ସେ ଦର୍ଶାଇଛନ୍ତି । ପରୀ ମୃତ୍ୟୁ, ପୁରୀ ହାଜତ ମୃତ୍ୟୁ, ଚାଷୀ ଆତ୍ମହତ୍ୟା ଉଦ୍ୟମ ଭଳି ବଡ଼ ଘଟଣା ଥିବା ବେଳେ ସେ ନେଇ କି ତଦନ୍ତ କରାଯାଉଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

Comments are closed.