Latest Odisha News

BREAKING NEWS

ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ପାଇଲେ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଲୋକପ୍ରିୟ କ୍ଷୁଦ୍ରଗଳ୍ପ ଲେଖକ ସୁଧୀର କୁମାର ବିଜୟେନ୍ଦ୍ର ନାରାୟଣଙ୍କ ଜୟନ୍ତୀ ସ୍ଥାନୀୟ ଜୟଦେବ ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଦ୍ବିତୀୟ ‘ସୁକୁବିନା ସ୍ରଷ୍ଟା’ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜାପାନୀ ବାବୁଙ୍କ ରଚିତ ପୁସ୍ତକ ‘ଜାପାନୀ ବାବୁଙ୍କ କଥା ସମାହାର’ର ଦ୍ବିତୀୟ ଭାଗ ଉନ୍ମୋଚିତ ହୋଇଥିଲା ଏବଂ ‘ବିବିସି’ ପକ୍ଷରୁ ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ‘ମାଇଁ ଭିଲେଜ ମାଇଁ ଲାଇଫ୍‌’ ଶୀର୍ଷକରେ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା।

ସାହିତ୍ୟିକ ଦାଶ ବେନେହୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଗୌରହରି ଦାସ, ପ୍ରଦୀପ କୁମାର ବିଶ୍ବାଳ ଯତୀନ୍ଦ୍ର ନାୟକ, ରାମହରି ଜେନା ପ୍ରମୁଖ ଯୋଗ ଦେଇ ଜାପାନୀ ବାବୁଙ୍କ ସାରସ୍ୱତ ଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍ଗୀତା ପଟ୍ଟନାୟକ ସ୍ବାଗତ ସଙ୍ଗୀତା ଗାନ କରିଥିବା ବେଳେ ମୀରା ଦାସ ଜାପାନୀ ବାବୁଙ୍କ ପୁସ୍ତକରୁ ଏକ ଗପ ପାଠ କରିଥିଲେ। ଟ୍ରଷ୍ଟି ପୂରବୀ ଦାସ ପ୍ରାରମ୍ଭିକ ଭାଷଣ ଓ ସିଦ୍ଧାର୍ଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.