Latest Odisha News

BREAKING NEWS

ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ହେଲେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କୁ ନୂଆ ଦାୟିତ୍ୱ। ଶ୍ରୀ ସମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନାଯୋଗ୍ୟ, ପ୍ରଫୁଲ୍ଲ ସାମଲ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଜନତା ଦଳ ଟିକେଟ ପାଇ ୧୯୯୦ ଓ ୧୯୯୫ରେ ଭଦ୍ରକ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୦୧ରେ ଭଦ୍ରକ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ସେ ବିଜେଡି ଟିକେଟରେ ଜିତିଥିଲେ। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଜେଡିରୁ  ଟିକେଟ ପାଇ  ଭଣ୍ଡାରିପୋଖରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ତେବେ ୨୦୨୪ରେ ଭଦ୍ରକ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ପ୍ରଫୁଲ୍ଲ ସାମଲ। କିନ୍ତୁ ବିଜେପିର ସୀତାଂଶୁ ଶେଖର ମହାପାତ୍ରଙ୍କଠାରୁ ସେ ପରାସ୍ତ ହୋଇଥିଲେ।

Comments are closed.