Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ଅଢ଼େଇକୁଳ ପଞ୍ଚାୟତର ହେଭି ଫାଇଟ

ଜଗତସିଂହପୁର: ଜଗତସିଂହପୁର ୨-ନମ୍ବର ଜୋନର ଅଢ଼େଇକୁଳ ପଞ୍ଚାୟତରେ ହେଭି ଫାଇଟ । ଏଠାରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ଅସନ୍ତୋଷ କାରଣରୁ ବହୁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାର ଦେଖିବାକୁ ମିଳୁଛି । ବିକାଶକୁ ପ୍ରମୁଖ ଆୟୁଧ କରି ନିଜ ସପକ୍ଷରେ ଅଧିକରୁ ଅଧିକ ଜନମତ ସାଉଁଟିବାରେ ଲାଗିପଡିଛନ୍ତି ପ୍ରାର୍ଥୀ । ଚଳିତ ନିର୍ବାଚନରେ ଏହି ପଞ୍ଚାୟତରୁ ବହୁ ପ୍ରାର୍ଥୀ ସରପଞ୍ଚ ଏବଂ ସମିତି ସଭ୍ୟ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ସରପଞ୍ଚ ପଦବୀ ନିମନ୍ତେ ବବିତା ବିଶ୍ୱାଳ, ରାକ୍ଷୀ ସେଠୀ ଏବଂ ମିତାଞ୍ଜଳି ପଣ୍ଡାଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ଏବଂ ଯିଏ ଜିତିବେ ସ୍ୱଳ୍ପ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ମତପୋଷଣ କରିଛନ୍ତି। ସେହିଭଳି ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ରିନିକା ଜେନାଙ୍କ ସ୍ଥିତି ଉତ୍ତମ ରହିଥିବା ପ୍ରକାଶ କରିଛନ୍ତି।

ତେବେ ଚଳିତ ନିର୍ବାଚନ ରେ ପ୍ରାର୍ଥୀ ଚୟନ ନେଇ ଯେଉଁଭଳି ଭାବେ ଦଳୀୟ ଅସନ୍ତୋଷ ବୃଦ୍ଧି ପାଇଛି, ତାହାକୁ ନେଇ ସମର୍ଥିତ ଭୋଟର ମାନେ ମଧ୍ୟ ଦୋଛକିରେ ପଡ଼ି ଯାଇଛନ୍ତି।

ତେବେ ଚଳିତ ନିର୍ବାଚନ ରେ କିଏ ବାଜିମାତ କରିବ ତାହାର ନିଷ୍ପତ୍ତି ଜନସାଧାରଣ ତଥା ସାଧାରଣ ଭୋଟର ମାନେ ହିଁ ନିଷ୍ପତ୍ତି ଗ୍ରହଣ କରିବେ।

Comments are closed, but trackbacks and pingbacks are open.