Latest Odisha News

BREAKING NEWS

ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର: ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ମା’ଙ୍କୁ ଦର୍ଶନ କରିବା ପରେ ନିଜ ଗାଁକୁ ଗଲେ ପ୍ରମିଳା। ମା’ଙ୍କ ଆଶୀର୍ବାଦ ଏବଂ ବାବା ବରୁଣେଶ୍ୱର୍ ମହାଦେବଙ୍କ ଆଶୀର୍ବାଦ ଯୋଗୁଁ ଆଜି ଏ ଜାଗାରେ ପହଞ୍ଚି ପାରିଛି କହିଲେ ପ୍ରମିଳା। ତେବେ ଓଡ଼ିଆ ଘରର ସଂସ୍କାର ଓ ପରମ୍ପରାକୁ ଭୁଲି ନାହାଁନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ସେଥିପାଇଁ ମାଙ୍କୁ ଦର୍ଶନ କରିବା ପରେ ବ୍ରାହ୍ମଣମାନଙ୍କଠାରୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ।

ମା’ଙ୍କ ନିକଟରେ ସାରା ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ପ୍ରମିଳା। ମା’ଙ୍କ ଦୟାରୁ ରାଜ୍ୟର ସେବା କରିବାକୁ ତାଙ୍କୁ ସୁଯୋଗ ମିଳିଥିବା କହିଛନ୍ତି ବାଚସ୍ପତି। ଏହାସହ ମା’ଙ୍କ ପରେ ବାବା ବରୁଣେଶ୍ୱରଙ୍କୁ ମଧ୍ୟ ଦର୍ଶନ କରି ସମସ୍ତଙ୍କ ସୁସ୍ଥ କାମନା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ମା’ଙ୍କ ଦର୍ଶନ ସମୟରେ ବିଜୁଜନତା ଦଳର ଜିଲ୍ଲା ସଭାପତି ସରୋଜ ମହାପାତ୍ର ଉପସ୍ଥିତ ରହି ମା’ଙ୍କୁ ଦର୍ଶନ କରିଥିଲେ। ପରେ ନିଜ ଗାଁକୁ ଗଲେ ବାଚସ୍ପତି।

ନବ ନିର୍ବାଚିତ ବାଚସ୍ପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ବିଂଝାରପୁରବାସୀ। ତାଉଁତରା ଛକ ନିକଟରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ବିଶାଳ ବାଇକ ରାଲି କରି ପାଛୋଟି ନେଇଥିଲେ ବିଂଝାରପୁରବସୀ। ପ୍ରଥମ ମହିଳା ବାଚସ୍ପତିଙ୍କୁ ନେଇ ବିଂଝାରପୁରରେ ଖୁସିର ଲହରୀ ଖେଳିଯାଇଛି।

Comments are closed.