Latest Odisha News

BREAKING NEWS

ଉଗାଣ୍ଡା ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ଓଡିଶାର ପ୍ରମୋଦ ଜିତିଲେ ୩ ରୌପ୍ୟ

ଭୁବନେଶ୍ୱର: ଉଗାଣ୍ଡାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଓଡିଶାର ପ୍ରମୋଦ ଭଗତ ଚମତ୍କାର ପ୍ରଦର୍ଶନ କରି ୩ଟି ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱର ଏକ ନମ୍ବର ଏବଂ ଟୋକିଓ ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ୩ଟି ଯାକ ଇଭେଂଟରେ ଫାଇନାଲରେ ହାରି ଯାଇଥିଲେ । ପୁରୁଷ ଏସଏଲ୩ରେ ସେ ନିଜ ଦେଶର ମନୋଜ ସର୍କାରଙ୍କ ନିକଟରୁ ୧୯-୨୧, ୧୬-୨୧ରେ ପରାଜିତ ହୋଇଥିଲେ ।ସେହିପରି ଡବଲ୍ସରେ ପ୍ରମୋଦ ଓ ମନୋଜ ଯୋଡି ୨୧-୧୦, ୧୦-୨୨ ଓ ୧୫-୨୧ରେ ନିଜ ଦେଶର ମହମ୍ମଦ ଅରୱାଜ ଅନ୍ସାରୀ ଓ ଦୀପ ରଞ୍ଜନ ବିଶୋୟରଙ୍କ ନିକଟରୁ ଏବଂ ମିକ୍ସଡ ଡବଲ୍ସରେ ପ୍ରମୋଦ ଓ ପଲକ ଯୋଶୀ ୧୯-୨୧, ୧୬-୨୧ରେ ନିଜ ଦେଶର ରୁଥିକ ରଘୁପତି ଓ ମାନସୀ ଯୋଶୀଙ୍କ ନିକଟରୁ ପରାସ୍ତ ହୋଇଥିଲେ ।

ଭାରତୀୟ ଦଳରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ପ୍ରଭାବ ବିସ୍ତାର କରି ଖେଳିଥିଲା । ଓଭରାଲ ଭାରତ ୧୬ ସ୍ୱର୍ଣ୍ଣ, ୧୪ ରୌପ୍ୟ ଓ ୧୭ ବ୍ରୋଞ୍ଜ ସହ ୪୭ ପଦକ ଜିତିଛି ।

Leave A Reply

Your email address will not be published.