Latest Odisha News

BREAKING NEWS

ରାଜସ୍ଥାନ କ୍ୟାବିନେଟରେ ଶପଥ ନେଲେ ୧୫ ମନ୍ତ୍ରୀ

ଜୟପୁର : ଶପଥ ନେଇଛି ରାଜସ୍ଥାନର ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳ । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୋଟ ୧୫ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର । ଶପଥ ନେଇଥିବା ମୋଟ ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ପାହ୍ୟାର ଥିବା ବେଳେ, ଅନ୍ୟ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ପୂର୍ବ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ ଥିବା ୪ ଜଣଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ମିଳିଛି ।

ଗତ କିଛି ଦିନ ହେବ ଦଳରେ ଲାଗି ରହିଥିଲା ଅନ୍ତକନ୍ଦଳ । ଆଉ ଆଜି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଗୋଷ୍ଠୀଙ୍କୁ ମଧ୍ୟ ନୂତନ କ୍ୟାବିନେଟରେ ମନ୍ତ୍ରୀ ପଦ ଦିଆଯାଇଛି । ସଚିନଙ୍କ ଘନିଷ୍ଠ କୁହାଯାଉଥିବା ୫ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳୀୟ ବିଧାୟକଙ୍କୁ ସମ୍ବୋଧିତ କରିଥିଲେ । କ୍ୟାବିନେଟ୍ ସମ୍ପ୍ରସାରଣ ପୂର୍ବରୁ ଗତକାଲି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସମସ୍ତ ମନ୍ତ୍ରୀ ।

ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ସଚିନ ପାଇଲଟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ରହିଛି । ତେଣୁ ବିଜେପି ବିରୋଧରେ କଂଗ୍ରେସର ସବୁ ନେତା ଏକାଠି ହୋଇ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଛନ୍ତି ଗେହଲଟ ।

Leave A Reply

Your email address will not be published.