Latest Odisha News

BREAKING NEWS

ପ୍ରଣବଙ୍କ ପୁସ୍ତକରେ କଂଗ୍ରେସ ଭିତିରି କଥା: ୨୦୧୪ ନିର୍ବାଚନ ପରାଜୟ ପାଇଁ ସୋନିଆ ଓ ମନମୋହନ ଦାୟୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଉଲ୍ଲେଖ ରହିଛି କଂଗ୍ରେସର ଗୁମର । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧି ଓ ପୂର୍ବତନ ପରଧାନମନ୍ତ୍ରୀ ମନମୋହନ ସିଂହ ଦାୟୀ । ଏକଥା ଲେଖିଛନ୍ତି ପ୍ରଣବ ମୁଖାର୍ଜୀ । ସେ ତାଙ୍କ ଅନୁଭୂତିର ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏକଥା ଉଲ୍ଲେଖ କରିଛନ୍ତି ।

ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣ ଆସନ୍ତବର୍ଷ ଜାନୁୟାରୀରେ ପ୍ରକାଶ ପାଇବ । ଏହି ପୁସ୍ତକରେ ପ୍ରଣବ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଅତି ଶୋଚନୀୟ ଭାବେ କ’ଣ ପାଇଁ ପରାଜିତ ହେଲା ବିସ୍ତୃତ ଭାବରେ ବିଶ୍ଳେଷଣ କରିଛନ୍ତି ।

ପ୍ରଣବ ମୁଖାର୍ଜୀ ଲେଖିଛନ୍ତି, ଦଳର କିଛି ସଦସ୍ୟ ଏକଥା କହିଥିଲେ ଯେ, ୨୦୦୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥିଲେ ୨୦୧୪ରେ କଂଗ୍ରେସକୁ ଶୋଚନୀୟ ପରାଜୟ ଦେଖିବାକୁ ମିଳି ନଥାଆନ୍ତା । ରାଷ୍ଟ୍ରପତି ଭାବେ ସେ ମନୋନୀତ ହେବା ପରେ କଂଗ୍ରେସ ରାଜନୀତିରୁ ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲା । ସୋନିଆ ଗାନ୍ଧି ଦଳର ବିଭିନ୍ନ ସମସ୍ୟାକୁ ସମ୍ଭାଳିବାରେ ଅସମର୍ଥ ହୋଇ ପଡ଼ିଥିଲେ । ମନମୋହନ ସିଂହଙ୍କ ଦୀର୍ଘ ସମୟ ସଂସଦରେ ଅନୁପସ୍ଥିତ ରହୁଥିବାରୁ ଅନ୍ୟ ସାଂସଦଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରହିଲା ନାହିଁ ।

ଏହାସହ ପ୍ରଣବ ଲେଖିଛନ୍ତି, ତାଙ୍କର ବିଶ୍ୱାସ ରହିଛି ଯେ, ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ସହିତ ନିହିତ ଥାଏ । ରାଷ୍ଟ୍ରର ସମଗ୍ର ସ୍ଥିତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପ୍ରଶାସନର କାର୍ୟ୍ୟକଳାପକୁ ପ୍ରତିଫଳିତ କରେ । କିନ୍ତୁ ମନମୋହନଙ୍କୁ ଦଳୀୟ ମେଣ୍ଟର ସୁରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା । ଯାହା ତାଙ୍କ ଶାସନ ପ୍ରଣାଳୀ ଉପରେ ଭାରି ପଡ଼ିଥିଲା । ଗତ ଅଗଷ୍ଟ ମାସରେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଛି ।

Leave A Reply

Your email address will not be published.