Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ ଗାଡ଼ି, ଶଳା-ଭିଣୋଇ ମୃତ

ନୂଆପଡ଼ା: ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡ଼ିଲା ସ୍କର୍ପିଓ ଗାଡ଼ି । ଦୁର୍ଘଟଣାରରେ ଶଳା-ଭିଣୋଇଙ୍କର ମୃତ୍ୟୁ ହୋଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଟିମନପୁରଠାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି ।

ମୃତକମାନେ ହେଲେ ଭିଣୋଇ କଲ୍ୟାଣ ବାଗ ଓ ଶାଳକ ଲଖନ ବାଗ । ଦୁର୍ଘଟଣାରେ ଆଉ ତିନି ଜଣ ଗୁରୁତର ହୋଇଛନ୍ତି । ଗତକାଲି ରାତିରେ ସମସ୍ତେ ଏକ ସର୍ପିଓ ଗାଡ଼ିରେ ନିଜ ଗାଁ ବୋଡେନ ଥାନା ଅନ୍ତର୍ଗତ ରାଜପୁର ଓ ବିନପୁରକୁ ଆସୁଥିଲେ ।

ଟିମନପୁରଠାରେ ରାସ୍ତା ଉପରେ ଏକ ବଡ଼ ପଥର ରହିଥିଲା ଏହାକୁ ଗାଡି ଚାଳକ ଦେଖିନପାରି ପଥର ଉପରକୁ ଚଢାଇ ଦେଇଥିଲେ । ଏହାପରେ ରାସ୍ତାରେ ଓଲଟିପଡ଼ିଥିଲା ଗାଡ଼ି । ସମସ୍ତଙ୍କୁ ଉଦ୍ଧାର କରି ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.