Latest Odisha News

BREAKING NEWS

ପଞ୍ଚତତ୍ତ୍ୱରେ ବିଲିନ ହେଲା ପ୍ରଣବ ମୁଖାର୍ଜିଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଶେଷକୃତ୍ୟ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ଲୋଧି ରୋଡ୍ ଶ୍ମଶାନ ଘାଟରେ ସଂପନ୍ନ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ତାଙ୍କୁ ବିଦାୟ ଦିଆଯାଇଥିବା ବେଳେ ପୁଅ ଅଭିଜିତ୍ ମୁଖାଗ୍ନି ଦେଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅବସରରେ ତାଙ୍କ ପରିବାର ବର୍ଗ ଓ ଅନ୍ୟ କିଛି ବ୍ୟକ୍ତି ପିପିଇ କିଟ୍ ପିନ୍ଧିଥିବା ନଜର ଆସିଥିଲା ।

ତେବେ ତାଙ୍କର ଶେଷକୃତ୍ୟ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ୍ ବିପିନ୍ ରାୱତ, ଆର୍ମି ଚିଫ୍ ଜେନେରାଲ୍ ଏମ ଏମ୍ ନାରାବଣେ, ଏୟାର ଚିଫ୍ ମାର୍ଶାଲ୍ ଅର କେ ଏସ୍ ଭଦୌରିଆ ଏବଂ ସ୍ଥଳ ସେନା ମୁଖ୍ୟ ଆଡମିରାଲ୍ କରମବୀର ସିଂହଙ୍କ ସମେତ ଅନେକ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

୮୪ ବର୍ଷ ବୟସରେ ଶ୍ରୀ ମୁଖାର୍ଜି ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରଲ ହସ୍ପିଟାଲରେ ଗତ ସୋମବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପ୍ରଣବଙ୍କ ଦେହାନ୍ତ ପରେ ଗତକାଲି କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୦ ତାରିଖରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ହୋଇଥିବା ନେଇ ସୂଚନା ମିଳିଥିଲା ।

Comments are closed.