Latest Odisha News

BREAKING NEWS

ବଗଲା ବିବାଦକୁ ନେଇ ବର୍ଷିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଓଟିଡିସି ଓ ଆଟିଡିସିର ଚିଠିକୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଏହି ଚିଠିକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର।

ସମ୍ବିତ ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଜଗନ୍ନାଥ ବିଶ୍ରାମସ୍ଥଳି ନିର୍ମାଣ ହୋଇଥାନ୍ତା । ଏଥିପାଇଁ ୫୦ କୋଟି ମଂଜୁରୀ ହୋଇଥିଲା । ବିସି ଭୂୟାଁ କନ୍‌ଷ୍ଟ୍ରକସନ୍ କମ୍ପାନୀକୁ ୨୧ କୋଟି ଟଙ୍କାର ଟେଣ୍ଡର ଦିଆଗଲା । ପରବର୍ତ୍ତୀ ଅବସ୍ଥାର ପ୍ରକଳ୍ପର ବଜେଟ୍‌କୁ ରାଜ୍ୟ ବୃଦ୍ଧି କରି ୭୮ କୋଟି କରିଛନ୍ତି ।

୨୦୧୯ ଜୁନ୍ ମାସରେ ଠିକାଦାର କାମ ଆରମ୍ଭ କରିଥିବା ବେଳେ ଅଚାନକ ୨୦୧୯ ନଭେମ୍ବରରେ କାମକୁ ଅଟକା ଗଲା । ସେତେବେଳକୁ ୩ କୋଟି ୨୬ ଲକ୍ଷ ଖର୍ଚ୍ଚ ହୋଇଯାଇଥିଲା । ଏହାପରେ କାମ ପୁଣି ଆରମ୍ଭ କରିବାକୁ ଆଇଟିଡିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ୪ଥର ଚିଠି ଲେଖାଯାଇଥିଲା । ହେଲେ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଚିଠି ଲେଖିଲେ ।

ଯେଉଁ ଜାଗାକୁ ସ୍ଥାନାନ୍ତର ପାଇଁ ଲେଖିଲେ ସେଠି ଜମି ଖାଲୁଆ ଓ ରାସ୍ତା ନଥିବା ଆଟିଡିସି ପକ୍ଷରୁ ସର୍ଭେ କରାଯାଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା ବୋଲି ସମ୍ବିତ ପାତ୍ର ଗଣମାଧ୍ୟରେ ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର କାହା ସ୍ବାର୍ଥରେ ଏପରି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର।

Leave A Reply

Your email address will not be published.