Latest Odisha News

ବହୁ ପଛରେ ମା-ପୁଅ, କୋରେଇରେ ଆକାଶ ଆଗରେ, ସମ୍ବଲପୁରରେ ଆଗୁଆ ଧର୍ମେନ୍ଦ୍ର

ସମ୍ବଲପୁର: ଲାଗୁଛି ଚାରିପାଞ୍ଜିରୁ ଯିବେ ବବି ଦାସ ଓରଫ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଗୋଟେ ପଟେ ନିଜ ଗଡ ଯାଜପୁର ଛାଡି ସମ୍ବଲପୁରରେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ମାଆଙ୍କୁ ବିଜେଡି ଯାଜପୁର କୋରାଇରୁ ପ୍ରାର୍ଥୀ କରିଥିଲା । ହେଲେ ଏବେ ଗଣନା ଯାହା କହୁଛି ଦୁଇ ଆଡୁ ଘାଟାରେ ପଡିବେ ବବି ।

ଯାଜପୁର କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ଆଗୁଆ ରହିଥିବା ବେଳେ ବହୁ ପଛରେ ରହିଛନ୍ତି ବବିଙ୍କ ମା ସନ୍ଧ୍ୟାରାଣୀ । ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ୮୧୯ ଭୋଟରେ ପଛରେ ପଡିଛନ୍ତି ସନ୍ଧ୍ୟାରାଣୀ । ଆକାଶ ୨୧ହଜାର ୭୨୨ ଭୋଟ ପାଇଛନ୍ତି।

ସେପଟେ ନିଜେ ସମ୍ବଲପୁରରେ ପଛରେ ପଡିଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଆଗୁଆ ରହିଛନ୍ତି । ଧର୍ମେନ୍ଦ୍ରଙ୍କ ଠାରୁ ଏଠି ପ୍ରାୟ ୬୫ ହଜାର ଭୋଟ ପଛରେ ରହିଛନ୍ତି ବବି ।

Leave A Reply

Your email address will not be published.