Latest Odisha News

BREAKING NEWS

ସରକାରୀ ବାସଭବନ ଭଙ୍ଗା ଉପରେ କିଛି ଏମିତି କହିଲେ ବବି……

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ ଓରଫ ବବି ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ପ୍ରଣବ ଏତେ ବଡ କୋଠା ନିର୍ମାଣ, ସରକାରୀ ଘରେ କରିଥିଲେ ? ଯଦି କରିଥିଲେ କାହା ଅନୁମତିରେ କରିଥିଲେ ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ।

ସେ କହିଛନ୍ତି, ସରକାରୀ ଘର ଯେମିତି ନିଆଯାଏ ସେମିତି ଫେରାଯାଏ । ତେଣୁ ମୁଁ ଅସ୍ଥାୟୀ ଭାବେ ଯାହା ନିର୍ମାଣ କରିଥିଲି ତାହା ଭାଙ୍ଗିଦେଉଛି । ଏହା ସହିତ ଏହି ଘରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଥିଲା ଓ ଯାହାତୁ ସିଏ ଦଳର ସାଙ୍ଗଠନିକ ସମ୍ପାଦକ ଥିଲେ ତେଣୁ ବିଭିନ୍ନ ନେତା ମନ୍ତ୍ରୀମାନଙ୍କ ସହ ଉକ୍ତ ଘରେ ଆଲୋଚନା ମଧ୍ୟ ହେଉଥିଲା ବୋଲି ବବି କହିଛନ୍ତି । ଯେଉଁ କାରଣରୁ ଏହି ଘରର ଏକ୍ସଟେନସନ କରାଯାଇଥିଲା । ଏବେ ଜିଏ ବିଭାଗ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ନିୟମ ଅନୁଯାୟୀ ନିର୍ମାଣ କୋଠାଟିକୁ ଭଙ୍ଗାଯାଉଥିବା ପ୍ରଣବ କହିଛନ୍ତି।

ସୂଚନା ଯୋଗ୍ୟ, ଭଙ୍ଗାଚାଲିଛି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ । ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନକୁ ରାଜମହଲ ଭଳି ସଜାଇଥିଲେ ବବି । ଏବେ ହାତରୁ ଗାଦି ଯିବା ପରେ ସରକାରୀ ବାସଭବନ ଛାଡିବାକୁ ନିର୍ଦ୍ଦେଶ ଆସିଛି । ଯାହାକୁ ନେଇ ଗୋଟି ଗୋଟି କରି ସବୁ ଭାଙ୍ଗୁଛନ୍ତି ବବି । ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍ ସବୁ କିଛି ଭାଙ୍ଗି ଚୁନମାର କରାଯାଉଛି । ଲାଗୁଛି ଯେପରି କୋଟି କୋଟି ଯଙ୍କାର ମହଲ ଧୂଳିସାତ୍ ହେଉଛି ।

ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ସରକାରୀ ଘରେ ଏତେ ସବୁ ନିର୍ମାଣ କରାଯାଇଥିଲା ହେଲେ ଏହାର କାହାକୁ ବି ଟେର୍ ନଥିଲା କେମିତି ?  ନା ସେତେବେଳେ କ୍ଷମତାରେ ଥିବାରୁ ଚାଲିଥିଲା ମନମାନି । ସରକାରୀ ଘରେ ନିଜର ଆବଶ୍ୟକତା ଅନୁଯାୟୀ ଏତେ ବଡ ପରିବର୍ତ୍ତନ କରିବାକୁ ବବିଙ୍କୁ ଅନୁମତି ଦେଇଥିଲା କିଏ ? ନା କ୍ଷମତା ଆଳରେ ଚୁପ୍ ବସିଥିଲେ ସବୁ ବିଭାଗ  । ଏମିତି ଅନେକ କିଛି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏନେଇ ନିୟମ ଅନୁଯାୟୀ ଏଗୁଡିକ ସବୁ ଭଙ୍ଗାଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ବବି ଦାସ ।

Comments are closed.