Latest Odisha News

BREAKING NEWS

ଏସସିବିରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜେଲରୁ ତାଙ୍କୁ ଅଣାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣ ଦର୍ଶାଇ ଓକିଲଙ୍କ ଆବେଦନ ଆଧାରରେ ଆଜି ଭୋର ୪ଟା ସମୟରେ ତାଙ୍କୁ ନମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଆସନର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ମହଙ୍ଗା ପଡିଥିଲା ତାଙ୍କର ଦାଦାଗିରି । ବୁଥ୍ ଭିତରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଥିଲା ପୋଲିସ । ବେଗୁନିଆ ନିର୍ବାଚନ ମଣ୍ଡଳୀ ରାଜସୁନାଖେଳା କାଉଁରିଆ ପାଟଣା ଗାଁର ୧୧୪ ନମ୍ବର ବୁଥ୍‌ରେ ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଜଗଦ୍ଦେବଙ୍କୁ ଗିରଫ କରି ତାଙ୍କ ନାଁରେ ୪୫୨,୪୪୮,୨୯୪,୩୫୪,୩୨୩,୩୩୨ ଓ ୪୨୭ ଦଫା ଲଗାଥିଲା ପୋଲିସ । ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିଲା।

Leave A Reply

Your email address will not be published.