Latest Odisha News

ଶିଘ୍ର କରନ୍ତୁ ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌, ନଚେତ ଭୋଗିବେ ଏହି ଦଣ୍ଡ

ଭୁବନେଶ୍ଵର: ଆପଣ ମଧ୍ୟ କରିନାହାନ୍ତି କି ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌ । ତେବେ ଯଥାଶିଘ୍ର ସାରନ୍ତୁ ଏହି କାମ । ନଚେତ୍ ମେ, ୩୧ ପରଠୁ ହେବ ଅନେକ ସମସ୍ୟା । ଦେବାକୁ ପଡିବ ଅଧିକ ମାତ୍ରାରେ ଟିଡିଏସ ଓ ଟିସିଏସ । ଏନେଇ ଭାରତୀୟ ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଚେତାବନୀ ଜାରୀ କରାଯାଇଛି । ନିଜର ପ୍ୟାନ ଓ ଆଧାର କାର୍ଡ ୩୧ ମଇ ୨୦୨୪ ପୂର୍ବରୁ ଲିଙ୍କ ନ କରାଇଲେ ତେବେ ଆପଣଙ୍କୁ ଅଧିକ ମାତ୍ରାରେ ଟିଡିଏସ ଓ ଟିସିଏସ ଦେବାକୁ ପଡିବ ।

ସୂଚନା ଅନୁସାରେ, ଆଇଟି ବିଭାଗ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ ରେ ଏକ ବିଜ୍ଞପ୍ତି ପ୍ରକାଶ କରି କହିଛିୋ ଯେ, ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ପ୍ୟାନ୍‌ ଏବଂ ଆଧାର ଲିଙ୍କ୍‌ କରି ଅଧିକ ଟିକସ ପୈଠକୁ ଏଡ଼ାଇ ପାରିବେ । ଚଳିତବର୍ଷ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ସିବିଡିଟି ମଧ୍ୟ କରଦାତାଙ୍କୁ ସେମାନଙ୍କର ପାନ୍‌ ଏବଂ ଆଧାର ଲିଙ୍କ୍‌ କରିବାକୁ ପରାମର୍ଶ ଦେଇଥିଲା। ସିବିଡିଟି ଏହି ସର୍କୁଲାର ଏପ୍ରିଲ୨୩ରେ ଜାରି କରିଥିଲା। ଏଥିରେ ପାନ୍‌ ଏବଂ ଆଧାରକୁ ସଂଯୋଗ ନ କରିବାର ଅସୁବିଧା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ ପାନ୍‌ ଓ ଆଧାର ଲିଙ୍କ୍‌ ନ ହେବା ଦ୍ୱାରା କରଦାତାଙ୍କଠାରୁ ୨ଗୁଣା ଟ୍ୟାକ୍ସ ଆଦାୟ କରାଯାଇପାରେ। ଆୟକରର ଧାରା ୧୩୯ଏଏ ଅନୁଯାୟୀ, ପ୍ରତ୍ୟେକ ପାନ୍‌ କାର୍ଡଧାରୀଙ୍କୁ ତାଙ୍କର ଆଧାର ନମ୍ବର ଲିଙ୍କ୍‌ କରିବାକୁ ପଡ଼ିବ। ଏପରି ନ କଲେ ପାନ୍‌ କାର୍ଡ ଅବୈଧ ଘୋଷଣା କରାଯିବ।

Comments are closed.